କେନ୍ଦ୍ରୀୟ ପଂଚାୟତରାଜ ମନ୍ତ୍ରୀଙ୍କୁ ଦାବି ପତ୍ର ଦେଲେ ବିଜେପି ସାଂସଦ ଓ ବିଧାୟକଙ୍କର ପ୍ରତିନିଧି ଦଳ

୨୦୨୨ ସୁଦ୍ଧା ସମସ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଶର ସମସ୍ତ କଚ୍ଚା ଘରକୁ ପକ୍କା କରାଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଓ ସେହି ଅନୁଯାୟୀ ଅର୍ଥ ବ୍ୟୟବରାଦ କରୁଛନ୍ତି । କିନ୍ତୁ ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶାସକ ଦଳର ପ୍ରରୋଚନାରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ଯେଉଁ ତାଲିକା ପ୍ରକାଶ କରିଥିଲେ ସେହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରି ଥିଲେ ଓ ଅନେକ ଯୋଗ୍ୟ ହିତାଧିକାରିଙ୍କୁ ଏହି ତାଲିକାରୁ ବଂଚିତ କରାଯାଇଥିଲା । କେଉଁଠି ପଂଚାୟତର ସମୁଦାୟ ପରିବାର ସଂଖ୍ୟା ଠାରୁ ହିତାଧୀକାରି ପରିବାର ସଂଖ୍ୟା ଅଧିକ ତ କେଉଁଠି କୋଠାଘର ଥିବା ଲୋକମାନଙ୍କୁ ଯୋଗ୍ୟ ବୋଲି ଦର୍ଶାଇ ସେମାନଙ୍କ ନାଁ ସେହି ହିତାଧିକାରି ତାଲିକାରେ ସାମିଲ ଯାଇଥିଲା । ଏପରିକି ଫନି ବାତ୍ୟା ପରଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଂଟନ କରିବା ପାଇଁ ସକ୍ଷମ ହେଲେ ନାହିଁ । ଅନ୍ୟ ରାଜ୍ୟମାନଙ୍କରେ ପିଏମୱାଇ ରେ ଘର ନିର୍ମାଣ କରି କେନ୍ଦ୍ର ସରକାରଙ୍କୁ ବିନିଯୋଗ ପ୍ରମାଣପତ୍ର ଦେଇସାରିଥିବା ସମୟରେ ରାଜ୍ୟସରକାର ହିତାଧିକାରୀଙ୍କୁ ଚିହ୍ନଟ ପ୍ରକିୟାରେ ଅନିୟମିତତା କରି ଗରିବ ଓଡିଆଲୋକଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରୁଛନ୍ତି । ଶାସକ ବିଜେଡି ଦଳୀୟ ଭିତିରେ ହିତାଧିକାରୀ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରୁଛି । ଅନେକ ପଂଚାୟତରେ ହୋଇଥିବା ଅନିୟମିତତାର ତଥ୍ୟ ପ୍ରମାଣ ସହ ବିଜେପି ସାଂସଦ, ବିରୋଧୀ ଦଳ ନେତା ଏବଂ ବିଧାୟକମାନେ କେନ୍ଦ୍ର କେନ୍ଦ୍ର ପଂଚାୟତରାଜ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଅବଗତ କରାଇଛନ୍ତି ।

ରାଜ୍ୟରେ ୧୨.୮୫ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୧୦ ଲକ୍ଷ ତଥା ୮୫ ପ୍ରତିଶତ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ଏହି ତଥ୍ୟରୁ ପ୍ରମାଣିତ ହେଉଛି କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯାଇ ନାହିଁ । କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହିତ ତଦନ୍ତ କରିବା ପାଇଁ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ପଠାଇବା ପାଇଁ ଏହି ପ୍ରତିନିଧି ଦଳ ଦାବୀ କରିଛନ୍ତି । ପୁରୀ, କଟକ, ଖୋର୍ଦ୍ଧା, କେଉଁଝର ଏବଂ ଯାଜପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅଯୋଗ୍ୟ ହିତାଧିକାରି ତାଲିକା ଓ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରି ତାଲିକାର ତଥ୍ୟ ପ୍ରମାଣ ଶ୍ରୀ ସିଂହଙ୍କୁ ପ୍ରଦାନ କରାଯାଇଛି ।

Spread the love