ଶିକ୍ଷାବିତ୍ ଭାବେ ପାଇଛି ଆତ୍ମସନ୍ତୋଷ- ମନୋଜ ରଞ୍ଜନ ନାୟକ

ଜଣେ ଶିକ୍ଷାବିତ୍ ଭାବେ ପାଇଛି ଆତ୍ମସନ୍ତୋଷ। ଏପରି ମନ୍ତବ୍ୟ ରଖିଛନ୍ତି ଶିକ୍ଷାବିତ୍ ତଥା ସୋଆ ବିଶ୍ୱବିଦ୍ୟାଳୟର ସଭାପତି ଡ଼ଃ. ମନୋଜ ରଞ୍ଜନ ନାୟକ । ସେ ଆହୁରି ମଧ୍ୟ କହିଛନ୍ତି, ରାଜନୀତିର ରହସ୍ୟକୁ ସେ ବୁଝିପାରନ୍ତି ନାହିଁ । ତାଙ୍କର ଆଗରୁ କେବେ ରାଜନୀତି ପ୍ରତି ଦୁର୍ବଳତା ନଥିଲା ଆଜି ମଧ୍ୟ ନାହିଁ । ଜଣେ ଶିକ୍ଷାବିତ ଭାବେ ଯଥେଷ୍ଟ ସମ୍ମାନ ଆଉ ଭଲପାଇବା ସାଉଁଟିଛନ୍ତି ଡ଼ଃ. ମନୋଜ ରଞ୍ଜନ ନାୟକ ।

ସୋଆ ବିଶ୍ୱବିଦ୍ୟାଳୟ କିପରି ସର୍ବୋତ୍ତମ ଶିକ୍ଷା ପାଇଁ ପ୍ରସିଦ୍ଧି ଲାଭ କରିବ, ଛାତ୍ରଛାତ୍ରୀଙ୍କୁ କିପରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଇ ପାରିବ ସେଥିପାଇଁ ସେ ସଦା ସର୍ବଦା ଚେଷ୍ଟା ଚଳାଇଛନ୍ତି । ସେହିପରି ସମ ହସ୍ପିଟାଲ ରୋଗୀମାନେ କିପରି କମ ଖର୍ଚ୍ଚରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇପାରିବେ ତାହା ତଙ୍କର ପ୍ରମୁଖ ଉଦ୍ଦେଶ୍ୟ । ବିଗତ କିଛିଦିନ ହେବ କିଛି ମିଡିଆରେ ମନୋଜଙ୍କ ରଣାନୀତିରେ ପ୍ରବେଶ କୁ ନେଇ ଚର୍ଚ୍ଚା ଜୋର ଧରିଛି । ମନୋଜଙ୍କ କିଛି ନିକଟତରଙ୍କ ମନ୍ତବ୍ୟ ଅନୁଯାୟୀ, ଶ୍ରୀନାୟକଙ୍କର ରାଜନୀତିରେ ଯୋଗ ଦେବାର କୌଣସି ଆଗ୍ରହ ନାହିଁ । ସୋଆ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷା ବ୍ୟବସ୍ଥା ଓ ସମ ହସପିଟାଲରେ ରୋଗୀଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ସାମ୍ବାଦିକତା ଓ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦେବା ତାଙ୍କର ଲକ୍ଷ୍ୟ ।

ସୂଚନା ଅନୁଯାୟୀ, ନିର୍ବାଚନ ସମୟ ଆସିବା ମାତ୍ରକେ ମନୋଜଙ୍କ ନାଁ ଚର୍ଚ୍ଚା ହୁଏ । ସେ ନିର୍ବାଚନ ଲଢ଼ିବାକୁ ଇଛୁକ ବୋଲି ହୋହଲ୍ଲା ମଧ୍ୟ ହୁଏ ମାତ୍ର ନିର୍ବାଚନ ଟିକେଟ ବଣ୍ଟା ଯିବା ପରେ ସମସ୍ତେ ତାଙ୍କ ନାଁ ପାସୋରି ଦିଅନ୍ତି । ଏହା ପଛର ପ୍ରକୃତ କଥାହେଲା କିଛି ଖଳ ପ୍ରକୃତିର ଲୋକ ମନୋଜଙ୍କ ନାଁରେ ଏପରି ମିଥ୍ୟା ପ୍ରଚାର କରନ୍ତି । ଡ଼ ମନୋଜଙ୍କର ରାଜନୀତିର ଗୋଳିଆ ପାଣିରେ ଗୋଡ ବୁଡାଇବାକୁ ଟିକେ ମଧ୍ୟ ଇଚ୍ଛା ନାହିଁ ।ଶ୍ରୀନାୟକ କହିଛନ୍ତି, ଯଦି ମୋର ରାଜନୀତିକୁ ଆସିବାରେ ଉଦ୍ଦେଶ୍ୟ ଥାଆନ୍ତା, ତେବେ ବହୁପୂର୍ବରୁ ଆସିଥାନ୍ତି । ରାଜ୍ୟସଭା ଯିବାକୁ ଆଗ୍ରହୀ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ । ଶ୍ରୀନାୟକ ଓଡ଼ିଆ ଖବରକାଗଜ ‘ପ୍ରମେୟ’ ଓ ନ୍ୟୁଜ୍ ଚାନେଲ ‘ପ୍ରମେୟ ନ୍ୟୁଜ  – ସେଭେନ’ ର ମାଲିକ ଅଟନ୍ତି ।

Spread the love