ଦଳୀୟ କର୍ମୀ ମୋ ପାଇଁ ଭଗବାନ – ପ୍ରଣବ ପ୍ରକାଶ

ମୁଖ୍ୟମନ୍ତ୍ରୀ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଦଳର ସଂଗଠନ ସମ୍ପାଦକ ଦାୟିତ୍ୱ ପ୍ରଦାନ କରିବାପରେ ଗତକାଲି ଛାତ୍ର ଓ ଯୁବ ସଂଗଠନ ପକ୍ଷରୁ ବିଜେଡି ପାର୍ଟି ଅଫିସରେ ବବିଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

ଗତକାଲି ଏହି ସଭାରେ ବବି ନିଜ କିଛି ଅନୁଭୂତି କର୍ମୀ ମାନଙ୍କ ଗହଣରେ  ଉପସ୍ଥାପନା କରିଥିଲେ । ତାଙ୍କ ବାପା କିପରି ତାଙ୍କୁ ସାଙ୍ଗରେ ନେଇ ବିଭିନ୍ନ ସଭାକୁ ଯାଉଥିଲେ । ଥରେ ସେମାନେ ଏକ ଗାଁକୁ ଯାଇଥିଲେ, ଯେଉଁଠାରେ ୧୦୦ରୁ ଉର୍ଦ୍ଧ ଲୋକ ଜଣେ ଲୋକ ବିରୋଧରେ  ଅଭିଯୋଗ କରିଥିଲେ । ତାଙ୍କ ବାପା ଉକ୍ତ ଲୋକକୁ ଡାକି ସେ କରିଥିବା ଭୁଲକୁ ଆଉଥରେ ଠିକ୍ ଭାବରେ କରିବାକୁ କହିଥିଲେ । ଯେତେବେଳେ ସେମାନେ ଗାଁ ବାହାରକୁ ଆସିଥିଲେ ତାଙ୍କ ବାପା ଗ୍ରାମବାସୀଙ୍କ ଅଭିଯୋଗ ପତ୍ରକୁ ଚିରି ଫିଙ୍ଗି ଦେଇଥିଲେ । ଯେତେବେଳେ ସେ ଏହା ଦେଖି ଖୁଵ୍ ଆଶ୍ଚର୍ଯ୍ୟ ହୋଇ ବାପାଙ୍କୁ ଏହାର କାରଣ ପଚାରିଥିଲେ । ମାତ୍ର ବାପା ଚୁପ୍ ରହିଥିଲେ ।

ଘରେ ବାପା ଖାଇ ବସିଥିବା ସମୟରେ ବବି କୌତୁହଳ ବଶତଃ ପୁଣି ସେହି ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ରଖିଥିଲେ ତାଙ୍କ ବାପା। ଯେତେବେକେ ମୁଁ ରାଜନୀତିରେ ପାଦ ଥାପିଥିଲି ସେତେବେଳେ ଏ ଗାଁରୁ କେବଳ ୪ଜଣ ମୋତେ ସହଯୋଗ କରିଥିଲେ । ସମୟ କ୍ରମେ ଧୀରେଧୀରେ ଗ୍ରାମବାସୀଙ୍କ ମୋ ପ୍ରତି ଆସ୍ଥା ବୃଦ୍ଧି ପାଇଥିଲା । ତେଣୁ ମୁଁ ମୋର ୪୦ବର୍ଷ ପୁରୁଣା କର୍ମୀକୁ କିପରି ଭୁଲିଯିବି । ସେ କାମ ଖରାପ କରିଥିଲା ତେଣୁ ଦଣ୍ଡ ସ୍ୱରୂପ ମୁଁ ତାକୁ ଆଉଥରେ ସେ କାମ କରିବାକୁ କହିଥିଲି । ଏହା ତାର ଭୁଲର ଦଣ୍ଡ ଥିଲା । ସେହିଦିନ ଦଳରେ କର୍ମୀଙ୍କ ମହତ୍ତ୍ୱ କଣ ମୁଁ ବୁଝି ପାରିଥିଲି । ଦଳୀୟ କର୍ମୀ ମୋ ବାପାଙ୍କ ପାଇଁ ଭଗବାନ ଥିଲେ । ସେମାନେ ମୋ ପାଇଁ ମଧ୍ୟ ଭଗବାନ ।

ମୁଁ ଦଳରେ ସବୁବେଳେ ଅରୁଣ, ଅତନୁ ଓ ସଞ୍ଜୟଙ୍କ ଠାରୁ ଆଗକୁ ବଢି ନିଜର ଏକ ସ୍ୱତନ୍ତ ସ୍ଥାନ ତିଆରି କରିବାକୁ ଚେଷ୍ଟା କରିଛି । ମୁଁ ସଞ୍ଜୟ ଦାସବର୍ମାଙ୍କ ଠାରୁ ରାଜନୀତିରେ ବହୁତ କିଛି ଶିଖିବାକୁ ସୁଯୋଗ ପାଇଛି । କିପରି ଏକ ନିଷ୍ଠାର ସହ ଦଳକୁ ମଜଭୁତ ରଖାଯାଇ ପାରିବ ଏହା ମୁଁ ଶ୍ରୀ ଦାସବର୍ମାଙ୍କ ଠାରୁ ଶିଖିଛି । ଶ୍ରୀ ଦାସବର୍ମା ଓ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଭୟ ପାର୍ଶ୍ଵ ରେ ମଜଭୁତ ପିଲର ସଦୃଶ୍ୟ ଛିଡା ହୋଇ ରହିବୁ ।

Spread the love