ରାଜ୍ୟସଭା ପାଇଁ ୪ ନୂଆ ଚେହେରା

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ରାଜ୍ୟସଭା ନିର୍ବାଚନ ପାଇଁ ଶନିବାର ନବୀନ ନିବାସରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାର୍ଥୀତ୍ୱକୁ ଅନେକ ନେତାଙ୍କ ନାମ ଚର୍ଚ୍ଚାକୁ ଆସିବା ପରେ ଶେଷରେ ଏହାର  ଅନ୍ତ ଘଟିଛି । ସୁଭାସ ସିଂ, ସୁଜିତ କୁମାର, ମୁନା ଖାଁ ଓ ମମତା ମହନ୍ତଙ୍କ ନାମ ଘୋଷଣା କରିଛି ବିଜେଡି । ସେହିପରି ସୁଭାସ ସିଂଙ୍କ ସ୍ଥାନରେ ରମେଶ ଚନ୍ଦ୍ର ଚାଉପଟ୍ଟନାୟକଙ୍କୁ କ୍ୟାବିନେଟ ପାହ୍ୟା ସହ ଓଡ଼ିଶା ନିର୍ମାଣ ବୋର୍ଡର ଚେୟାରମ୍ୟାନଭାବେ ଥଇଥାନ କରାଯାଇଛି ।

Spread the love