“ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ

ଭୁବନେଶ୍ୱର, ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା କିଛି ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା
ଉଦ୍ଦେଶ୍ୟରେ ଓଡ଼ିଶାର ଅଗ୍ରଣୀ ଇଂରାଜୀ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ” ପକ୍ଷରୁ ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ଉତ୍ସବ ୨୦୨୦ ସ୍ଥାନୀୟ ଏକ ହୋଟେଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବରେ ମାନ୍ୟବର ମନ୍ତ୍ରୀ (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ଡଃ. ଅଚ୍ୟୁତ ସାମନ୍ତ  ମୁଖ୍ୟଅତିଥି ଭାବେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ମାନ୍ୟବର ମନ୍ତ୍ରୀ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ଓଡ଼ିଶା ସରକାର), ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ (ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡ଼ିଶା),  ପ୍ରଣବ କୁମାର ଦାସ (ମୁଖ୍ୟ କମିଶନର, ଆୟକର ବିଭାଗ),  ମନୋଜ କୁମାର ମିଶ୍ର ( ସଚିବ, ଇ ଆଣ୍ଡ ଆଇଟି),  ପ୍ରଦୀପ୍ତ ମହାନ୍ତି (ଅଧ୍ୟକ୍ଷ, ଏସ୍‌ଏନ୍‌ଏମ୍ ଗ୍ରୁପ୍‌), ତାରାରଂଜନ ପଟ୍ଟନାୟକ (ପ୍ରତିଷ୍ଠାତା, ଫାଲ୍‌କନ୍ ମେରାଇନ୍‌),  ପ୍ରସାଦ ହରିଚନ୍ଦନ (ପୂର୍ବତନ ବିଧାୟକ) ଏବଂ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି (ବରିଷ୍ଠ ସାରସ୍ୱତ ସାଧକ) ପ୍ରମୁଖ ଯୋଗ ଦେଇଥିଲେ । ପତ୍ରିକାର ସମୂହ ସମ୍ପାଦକ  ଦିବ୍ୟଜିତ୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସଭା କାର୍ଯ୍ୟ ପରେ ପରେ ଶିଳ୍ପ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୦’ରେ ସମ୍ମାନିତ କରାଯାଇଥିଲା।

ଏଥିସହିତ “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ସ୍ୱତନ୍ତ୍ର ସଂଖ୍ୟାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ୍ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏକ ପୁସ୍ତକ “ଗ୍ଲାଡିଏଟର୍ ୱାରିଅର”ର ଲୋକାର୍ପଣ କରାଯାଇଥିଲା । ପତ୍ରିକାର ସହସମ୍ପାଦକ ଶ୍ରୀ ଶୁଭୋଜିତ୍ ପଣ୍ଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love