ସଡ଼କ ଦୁର୍ଘଟଣାର ମୁଣ୍ଡ ଗଡ଼ୁଛି, ଜରିମାନା ଆଦାୟରେ ମାତିଛି ପରିବହନ ବିଭାଗ
ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା । ଯେତେ ସଚେତନତା ସୃଷ୍ଟି କଲେ ବି ପ୍ରତିଦିନ ଅନେକ ଜୀବନ ଯାଉଛି । ଆଜି ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନରେ ଖୋଦ୍ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି । ଯେତେବେଳେ ବେପରୁଆ ଗାଡ଼ିଚାଳନା ଯୋଗୁଁ ଅନେକ ଲୋକଙ୍କ ପ୍ରାଣହାନି ହେଉଛି, ସେତେବେଳେ ଜରିମାନା ଆଦାୟରେ ମାତିଛି ପରିବହନ ବିଭାଗ।
ରାଜ୍ୟରେ ବଢ଼ିଚାଲିଛି ସଡ଼କ ଦୁର୍ଘଟଣା । ଯେତେ ସଚେତନତା ସୃଷ୍ଟି କଲେ ବି ପ୍ରତିଦିନ ଅନେକ ଜୀବନ ଯାଉଛି। ଆଜି ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନରେ ଖୋଦ୍ ପରିବହନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ଯେତେବେଳେ ବେପରୁଆ ଗାଡ଼ିଚାଳନା ଯୋଗୁଁ ଅନେକ ଲୋକଙ୍କ ପ୍ରାଣହାନି ହେଉଛି, ସେତେବେଳେ ଜରିମାନା ଆଦାୟରେ ମାତିଛି ପରିବହନ ବିଭାଗ ।
ସଡ଼କ ସୁରକ୍ଷା ମାସ ପାଳନ ହେଉଛି, ଅନେକ ସଚେତନତା ସଭା ଓ କାର୍ଯ୍ୟକ୍ରମ କରାଯାଉଛି। ହେଲେ, ଦୁର୍ଘଟଣା କମିବ କ’ଣ, ବରଂ ବଢ଼ିବଢ଼ି ଚାଲିଛି। ଗତ ୨ ବର୍ଷରେ ରାଜ୍ୟରେ ଦୁର୍ଘଟଣା ନେଇଛି ୧୨ ହଜାର ୬୨୫ ଜୀବନ। ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ବିଧାନସଭାରେ ପ୍ରକାଶ ପାଇଛି ଉଦ୍ବେଗ। ୨୦୨୪ରେ ଦୈନିକ ୧୭ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୨୫ରେ ୧୮କୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ବର୍ଷ ୨୦୨୪ରେ ୬ ହଜାର ୧୪୨ ଜଣଙ୍କର ମୃତ୍ୟୁ ହୋଇଥିଲା। ୨୦୨୫ ମସିହାରେ ଏହା ବଢ଼ି ୬ ହଜାର ୪ଶହ ୮୩ରେ ପହଞ୍ଚିଥିଲା।
ଯେତେବେଳେ ରାଜ୍ୟରେ ସଡ଼କ ଦୁର୍ଘଟଣା ବଢିଚାଲିଛି, ଅନେକ ଜୀବନହାନି ହେଉଛି, ସେତେବେଳେ ଜରିମାନା ଆଦାୟରେ ମାତିଛି ପରିବହନ ବିଭାଗ। ଗତ ମାର୍ଚ୍ଚ ୨୧ରୁ ରାଜ୍ୟ ତମାମ ଜୋରଦାର ଚାଲିଛି ଯାନବାହନ ଧରପଗଡ଼। ସଡ଼କ ସୁରକ୍ଷା ଅଭିଯାନ ନାଁରେ ପ୍ରତିଦିନ ଆଦାୟ ହେଉଛି କୋଟି କୋଟି ଟଙ୍କା ଜରିମାନା। ଇ-ଚାଲାଣ ବି ଲୋକଙ୍କ ପାଖକୁ ଆସୁଛି। ହେଲମେଟ୍ ନପିନ୍ଧିବା, ଦ୍ରୁତଗତିରେ ଗାଡ଼ିଚାଳନା, ମଦ ପିଇ ଡ୍ରାଇଭିଂ ଭଳି ବେପରୁଆ ଗାଡ଼ିଚାଳନା ଯୋଗୁଁ ଟଙ୍କା ଆଦାୟ କରୁଛି ବିଭାଗ। ହେଲେ, ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ, ଖାଲଖମାରେ ଭର୍ତ୍ତି ରାସ୍ତାର ମରାମତି ପାଇଁ କିଛି ପଦକ୍ଷେପ ନେଉନି ବିଭାଗ । ପ୍ରଶ୍ନ ଉଠୁଛି, ଖାଲି ଜରିମାନା ଆଦାୟ କଲେ କମିବ କି ଦୁର୍ଘଟଣା? ନା ଆହୁରି ସଚେତନତା ସୃଷ୍ଟି କରାଯିବା ଦରକାର ?
