ଜାମ୍ମୁ-କାଶ୍ମୀର ଓ ଲଦାଖକୁ ସଂଯୋଗ କରୁଥିବା ଜୋଜିଲା ପାସ୍‌ରେ ହିମସ୍ଖଳନ, ୭ ଜଣଙ୍କ ମୃତ୍ୟୁ

ଜାମ୍ମୁ-କାଶ୍ମୀର ଓ ଲଦାଖକୁ ସଂଯୋଗ କରୁଥିବା ଜୋଜିଲା ପାସ୍‌ରେ ବଡ଼ ଅଘଟଣ । ଭୟଙ୍କର ହିମସ୍ଖଳନ ଘଟି ୭ ଜଣଙ୍କ ମୃତ୍ୟୁ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଶ୍ରୀନଗର-ଲେହ ହାଇୱେର ଜୋଜିଲା ପାସ୍‌ରେ ଲଦାଖ ପଟେ ଏହି ଅଘଟଣ ଘଟିଛି । ଅଚାନକ ବରଫାବୃତ ପର୍ବତରୁ ହିମସ୍ଖଳନ ହେବା ଫଳରେ ବହୁ ସଂଖ୍ୟାରେ ଯାନବାହନ ବରଫ ତଳେ ପୋତି ହୋଇଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ଥିବା ବେଳେ, ମୃତାହତ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । କାରଗିଲ ଜିଲ୍ଲାପାଳ ଓ ଏସ୍‌ଏସ୍‌ପିଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉପରାଜ୍ୟପାଳ ଭି.କେ. ସକ୍ସେନା ।

Spread the love