ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଯୁବକ

ରାଜଧାନୀରେ ଅଭାବନୀୟ କାଣ୍ଡ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ । ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ବାପୁଜୀନଗର ଅଞ୍ଚଳରେ ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କଳହରୁ ଯୁବକ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିବା ବେଳେ, ପରେ ଅବସ୍ଥା ସଂକଟାପନ୍ନ ହେବାକୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି । ଯୁବକଙ୍କ ନାଁ ସୁଶାନ୍ତ ନାୟକ ।ସେ କେଦାର ପଲ୍ଲୀ ବସ୍ତିରେ ରହୁଥିବା ବେଳେ ବିଏମ୍‌ସିରେ କାମ କରନ୍ତି ବୋଲି ସୂଚନା ମିଳିଛି । ତେବେ ଯୁବକଙ୍କ ମାଆ ଙ୍କ କହିବା କଥା ଅନୁଯାୟୀ ଯୁବକ ଜଣକ ଦ୍ୱିତୀୟ ବିବାହ କରିଥିଲେ । ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ୧୦ ଦିନ ତଳେ ଝଗଡ଼ା ହୋଇଥିଲା, ଯାହାକୁ ନେଇ ତାଙ୍କ ସ୍ତ୍ରୀ ଘର ଛାଡ଼ି ପଳାଇ ଥିଲେ। ଏଭଳି ଅବସ୍ଥା ରେ ସୁଶାନ୍ତ କିଛି ଦିନ ହେବ ନିଶାସକ୍ତ ଅବସ୍ଥାରେ ବୁଲୁଥିଲେ ଏବଂ ଘରକୁ ଫେରୁନଥିଲେ । ପରେ ଆଜି ଆତ୍ମ ହତ୍ୟା ଉଦ୍ୟମ କରିଛନ୍ତି ବୋଲି ତାଙ୍କ ମାଆ କହିଛନ୍ତି ।..

Spread the love