BSE ଓଡ଼ିଶା ପକ୍ଷରୁ OSSTET 2026 ପରୀକ୍ଷା ତାରିଖ ଘୋଷଣା, ସମ୍ପୂର୍ଣ୍ଣ ବିବରଣୀ ଏଠାରେ ଦେଖନ୍ତୁ
କଟକ : OSSTET ଆସନ୍ତା ୩୦ ତାରିଖରେ ହେବ OSSTET ପରୀକ୍ଷା । ଓଡିଶା ସେକେଣ୍ଡାରୀ ସ୍କୁଲ ଟିଚରସ ଇଲିଜିବିଲିଟି ଟେଷ୍ଟ । ସକାଳ ୯ ଟାରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଗୋଟିଏ ସିଟିଂରେ ହେବ ଏହି ପରୀକ୍ଷା । ପରୀକ୍ଷାର୍ଥୀମାନେ ସକାଳ ୭ ଟା୪୫ ମିନିଟ ସୁଦ୍ଧା ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ଏହି ପରୀକ୍ଷା।
ପରୀକ୍ଷା କେନ୍ଦ୍ରରେ ସୁରୁଖୁରୁରେ ପ୍ରବେଶ କରିବା ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ନିର୍ଦ୍ଧାରିତ ରିପୋର୍ଟିଂ ସମୟ ଅର୍ଥାତ୍ ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟା ୪୫ ମିନିଟ୍ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଅନୁରୋଧ କରାଯାଇଛି । ପରୀକ୍ଷାର୍ଥୀମାନଙ୍କ ପାଇଁ OSSTET ଆଡମିଟ୍ କାର୍ଡ (ପ୍ରବେଶ ପତ୍ର) ସେପ୍ଟେମ୍ବର ୨୦ ତାରିଖରୁ ଡାଉନଲୋଡ୍ କରିବା ପାଇଁ ଉପଲବ୍ଧ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଯେକୌଣସି ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାଇଁ ଜଣେ ପ୍ରାର୍ଥୀଙ୍କୁ OSSTET ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ।
