CCQC-୨୦୨୬ରେ OMCର ଉଲ୍ଲେଖନୀୟ ସଫଳତା, ଅଂଶଗ୍ରହଣକାରୀ ୧୭ଟି ଟିମକୁ ଗୋଲ୍ଡ ଆୱାର୍ଡ

ଭୁବନେଶ୍ୱର : ଗୁଣାତ୍ମକତା, ଉତ୍ପାଦକତା, ସୁରକ୍ଷା ଏବଂ ସ୍ଥାୟୀ ବିକାଶ କ୍ଷେତ୍ରରେ ନିରନ୍ତର ଉନ୍ନତି ଓ ଉତ୍କର୍ଷତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି ଓଡ଼ିଶା ଖଣି ନିଗମ(OMC)। କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ (QCFI), ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଆୟୋଜିତ ୮ମ ଚାପ୍ଟର କନଭେନ୍ସନ୍ ଅନ୍ କ୍ୱାଲିଟି କନ୍ସେପ୍ଟସ୍ (CCQC)-୨୦୨୬ରେ ଓଏମସିର ୧୭ଟି ଟିମ୍ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

କନଭେନ୍ସନରେ ଓଏମ୍ସିର ବିଭିନ୍ନ ଖଣି ଓ ୟୁନିଟରୁ ୧୭ଟି ଟିମ୍ ଅଂଶଗ୍ରହଣ କରି ଗୁଣାତ୍ମକତା ଓ ପରିଚାଳନାଗତ ଉନ୍ନତି ଉପରେ ଆଧାରିତ ନିଜ ନିଜ ପ୍ରକଳ୍ପ ଉପସ୍ଥାପନ କରିଥିଲେ । ଏହି ପ୍ରକଳ୍ପଗୁଡ଼ିକରେ ଖଣି ପରିଚାଳନାରେ ଗୁଣାତ୍ମକତା, ଉତ୍ପାଦକତା ବୃଦ୍ଧି, ସୁରକ୍ଷା, ଦକ୍ଷତା ଏବଂ ପରିବେଶ ପ୍ରତି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏହାକୁ ଆଧାର କରି କନଭେନ୍ସନ୍ରେ ଓଏମ୍ସି ପକ୍ଷରୁ ଅଂଶଗ୍ରହଣ କରିଥିବା ୧୭ଟି ଟିମ୍କୁ ଗୋଲ୍ଡ ଆୱାର୍ଡ ପ୍ରଦାନ କରାଯାଇଛି ।

ଓଏମ୍ସିର ଏଫସିପି, ଖଣ୍ଡବନ୍ଧ ଲୁହାପଥର ଖଣି, କୁର୍ମିତାର ଲୁହାପଥର ଖଣି, ବାଂଶପାଣି ଲୁହାପଥର ଖଣି, ଦୈତାରୀ ଲୁହାପଥର ଖଣି, ଝିଲିଂ-ଲାଙ୍ଗଲୋଟା ଲୁହାପଥର ଖଣି, ସିଓବିପି ସାଉଥ୍ କାଳିଆପାଣି, ତିରିଙ୍ଗପାହାଡ଼ ଲୁହାପଥର ଖଣି, ଉଞ୍ଚାବାଲି ଲୁହାପଥର ଖଣି ଏବଂ ଗୁଆଲି ଲୁହାପଥର ଖଣିଗୁଡିକରୁ ପ୍ରତିନିଧିତ୍ୱ କରିଥିବା ଟିମ୍ ଗତି, ଏଫ୍ସିପି ଟେକ୍ସ, ହରାଇଜନ୍, ଏନର୍ଜିଆ, ସଙ୍କଳ୍ପ, ସମର୍ପଣ, ବାହନା, ଏକ୍ସପ୍ଲୋଡର୍, କ୍ୱାରି ଅନ୍ଲକର୍ସ, ସି-୨, କୋବିପି-୧, ବାୟୋ-ବ୍ଲୁମ୍, ଉଞ୍ଚାବାଲି ସେଫ୍ଟି ୱାରିୟର୍ସ, ଟିମ୍ ଟେକ୍ଫ୍ୟୁଜନ୍, ସମାଧାନ, ଡିଜିଟାଲ୍ ମାଇନିଂ ଏବଂ ସେଫ୍ଟି ୱାରିୟର୍ ଆଦି ୧୭ ଟି ଟିମ୍ କୁ ଗୋଲ୍ଡ ଆୱାର୍ଡ ପ୍ରଦାନ କରଯାଇଛି ।
ଏହି ସଫଳତା ଓଏମ୍ସିର ନିରନ୍ତର ଉନ୍ନତି ଓ ଅପରେସନାଲ୍ ଏକ୍ସିଲେନ୍ସର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବା ସହିତ ନିରନ୍ତର ପ୍ରୟାସକୁ ପ୍ରତିଫଳିତ କରୁଛି।

Spread the love

Leave a Reply

Your email address will not be published. Required fields are marked *