Skip to content
Friday, April 24, 2026
Latest:
  • ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
  • ସୋଆ କମ୍ୟୁନିଟି ରେଡିଓ ବୁଲି ଦେଖିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ
  • ପଶ୍ଚିମବଙ୍ଗ ଓ ତାମିଲନାଡୁରୁ ହଜାରେ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ଚୋରା ସାମଗ୍ରୀ ସହ ବିପୁଳ ପରିମାଣର ନଗଦ ଟଙ୍କା ଜବତ
  • ଭାରତକୁ ନର୍କ କହି ଅଡୁଆରେ ଟ୍ରମ୍ପ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା, ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ରୋଲ୍
  • ଆମେରିକା-ଇରାନ ଶାନ୍ତି ଆଲୋଚନା ପୂର୍ବରୁ ସ୍ଥାଣୁ ହେଲା ଜନଜୀବନ, ସଙ୍କଟରେ ପାକିସ୍ତାନ ଅର୍ଥନୀତି
Satya Drasta

Satya Drasta

The Milestone having no Alternative

  • ରାଜନୀତି
  • ରାଜ୍ୟ
  • ଜାତୀୟ
  • କ୍ରୀଡା ଜଗତ
  • ଅନ୍ତର୍ଜାତୀୟ
  • IPL-T-20
  • English
  • ସମ୍ପାଦକୀୟ
  • ସ୍ୱତନ୍ତ୍ର
  • ବାଣିଜ୍ୟ
  • ଗ୍ଲାମର
  • ହୋଲି
  • Republic Day
  • Contact Us
News ରାଜନୀତି 

ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଲେ ମୁଖ୍ୟମନ୍ତ୍ରୀ

January 9, 2023 Satya chief-minister-took-another-step-for-the-development-of-self-help-group-mothers-2-5-lakhs-went-to-the-bank-account-of-mission, Political

ଆହୁରି ସୁଦୃଢ଼ ହେବ ମିଶନ ଶକ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କର ବିକାଶ ପାଇଁ ସରକାର ଆଉ ପାଦେ ଆଗେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ କନଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ ବ୍ୟାଙ୍କ ଖାତାକୁ ଏହି ସୁଧ ରିହାତି ପ୍ରଦାନ କରାଯାଇଛି । ୨୦୨୨ ଅପ୍ରେଲରୁ ଓ ସେପ୍ଟେମ୍ବର ମଧ୍ୟରେ ଏସଏଚଜିମାନେ ଯେଉଁ ଋଣ ନେଇଥିଲେ, ସେହି ଋଣର ସୁଧ ପରିମାଣ ପ୍ରଦାନ କରାଯାଇଛି ।

ମାତ୍ର ୬ ମାସରେ ରାଜ୍ୟ ସରକାର ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଉପସ୍ଥିତ ୫ଟି ମିଶନ ଶକ୍ତି ଗ୍ରୁପକୁ ଚେକ୍‌ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କନଭେନସନ ସେଣ୍ଟରରେ ଉପସ୍ଥିତ ମାଆ ଓ ରାଜ୍ୟର ସବୁ ଜିଲ୍ଲା ଓ ବ୍ଲକରେ ଭିଡିଓ କନଫରେନ୍‌ସିଂ ଜରିଆରେ ଯୋଡି ହୋଇଥିବା ମାଆମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାଆମାନେ ଆଜି ଘରର ଚାରି କାନ୍ଥରୁ ବାହାରି ବ୍ୟବସାୟଠାରୁ ଆରମ୍ଭ କରି, ବିକାଶର ବିଭିନ୍ନ କ୍ଷେତ୍ରରେ ନିଷ୍ପତ୍ତି ନେଉଛନ୍ତି । ମାଆମାନଙ୍କର ଏହି ନିଷ୍ପତ୍ତି ନେବାର କ୍ଷମତା ହେଉଛି, ପ୍ରକୃତ ରୂପାନ୍ତର । ଆଗାମୀ ଦିନରେ ମାଆମାନେ ଆହୁରି ବଡ଼ ବଡ଼ ନିଷ୍ପତ୍ତି ନେବେ ଓ ଓଡ଼ିଶାର ରୂପାନ୍ତରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ଵାସ ପ୍ରକଟ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତି ଆଜି କେବଳ ଏକ ସ୍ଲୋଗାନ ନୁହେଁ, ଆଜି ଏହା ମାଆମାନଙ୍କର ଏକ ଜୀବନଧାରା । ୭୦ ଲକ୍ଷ ମାଆମାନଙ୍କର ଏହି ବିରାଟ ଅନୁଷ୍ଠାନ ଆଜି ଓଡ଼ିଶା ବିକାଶର ନୂଆ ଇତିହାସ ଲେଖୁଛି ବୋଲି ସେ କହିଥିଲେ । ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ଓ ୧୨୦୦ କୋଟି ଟଙ୍କାର ସୁଧ ରିହାତି ବ୍ୟବସ୍ଥା ହୋଇଛି ବୋଲି ସେ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁରର ଜିଲ୍ଲାସ୍ତରୀୟ ଫେଡେରେସନ ଭବନକୁ ଭିଡିଓ କନଫରେନ୍‌ସିଂ ଜରିଆରେ ଉଦ୍‌ଘାଟନନ କରିଥିଲେ । କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗ କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ କହିଲେ ଯେ ଆଗରୁ ସୁଧ ରିହାତି ପାଇବା ପାଇଁ ମାଆମାନେ ବ୍ୟାଙ୍କକୁ ବାରମ୍ବାର ଯାଉଥିଲେ । ଏବେ ୫-ଟିରେ ଟେକ୍ଲୋଲୋଜିରେ ବ୍ୟବସ୍ଥା କରାଯାଇ ଖୁବଶୀଘ୍ର ସୁଧ ରିହାତି ହିସାବ କରି ମାଆମାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇ ଦିଆଯାଉଛି। ମାଆମାନଙ୍କ ପାଇଁ ଯେଉଁ ରିଭଲଭିଂ ଫଣ୍ଡ କରାଯାଇଛି, ତାହା ଏକ ମିନି ବ୍ୟାଙ୍କରେ ପରିଣତ ହେବ । ମାଆମାନେ ଏବେ ବ୍ୟବସାୟ କରି ନିଜର ପରିଚୟ ନେଇ ଆଗକୁ ବଢିବେ ବୋଲି ସେ କହିଥିଲେ ।

Post Views: 705
Spread the love
  • ← ଓଡିଶାରେ “ପିଏମ କିଶାନ ଯୋଜନା”କୁ ଅଚଳ କରିବା ପାଇଁ ଚାଲିଛି ଚକ୍ରାନ୍ତ : ବିଜେପି କୃଷକମୋର୍ଚ୍ଚା
  • ଚିଟଫଣ୍ଡ ଠକେଇରେ ମୁଖ୍ୟ ଅଭିଯୁକ୍ତ ନିଜେ ରାଜ୍ୟ ସରକାର, ତଦନ୍ତ ନାଁରେ ପ୍ରମାଣ ନଷ୍ଟ କରିଛନ୍ତି ସରକାର: ପୃଥ୍ୱୀରାଜ ହରିଚନ୍ଦନ →

ADVT

Recent Posts

  • ସୋଆ ଓ ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ ସଂସ୍ଥା ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ April 23, 2026
  • ସୋଆ କମ୍ୟୁନିଟି ରେଡିଓ ବୁଲି ଦେଖିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ April 23, 2026
  • ପଶ୍ଚିମବଙ୍ଗ ଓ ତାମିଲନାଡୁରୁ ହଜାରେ କୋଟି ଟଙ୍କାର ମଦ, ନିଶାଦ୍ରବ୍ୟ, ଚୋରା ସାମଗ୍ରୀ ସହ ବିପୁଳ ପରିମାଣର ନଗଦ ଟଙ୍କା ଜବତ April 23, 2026
  • ଭାରତକୁ ନର୍କ କହି ଅଡୁଆରେ ଟ୍ରମ୍ପ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଙ୍ଗାମା, ଆମେରିକା ରାଷ୍ଟ୍ରପତିଙ୍କୁ ଟ୍ରୋଲ୍ April 23, 2026
  • ଆମେରିକା-ଇରାନ ଶାନ୍ତି ଆଲୋଚନା ପୂର୍ବରୁ ସ୍ଥାଣୁ ହେଲା ଜନଜୀବନ, ସଙ୍କଟରେ ପାକିସ୍ତାନ ଅର୍ଥନୀତି April 23, 2026

Calendar

April 2026
M T W T F S S
 12345
6789101112
13141516171819
20212223242526
27282930  
« Mar    
Copyright © 2026 Satya Drasta. All rights reserved.
Theme: ColorMag by ThemeGrill. Powered by WordPress.