IIC ବିୟୁଟି ମହାନ୍ତିଙ୍କ ଆସିଲା ଫୋନ୍ ଡିଟେଲସ୍ ,ଏ ପର୍ଯ୍ୟନ୍ତ ମୃତ୍ୟୁ ଘଟଣାର ପ୍ରକୃତ ତଥ୍ୟ ଜଣାପଡ଼ିନାହିଁ- ଡିସିପି
କଟକ : IIC ବିୟୁଟି ମହାନ୍ତିଙ୍କ ଗୋଟିଏ ଫୋନର ଡିଟେଲସ୍ ଆସିଲା । ଷ୍ଟେଟ୍ ଫୋରେନସିକ୍ ଲ୍ୟାବରୁ ଆସିଲା ତଥ୍ୟ । ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ କଟକ ଡିସିପି ଋଷିକେଶ ଖିଲାରୀଙ୍କ ସୂଚନା । ଆଉ ଏକ ଫୋନ ରିପୋର୍ଟକୁ ଅପେକ୍ଷା କରାଯାଇଛି । କମିଶନରେଟ ପୋଲିସର ତିନିଟି ଟିମ୍ ତଦନ୍ତ କରୁଛନ୍ତି। ପୋଷ୍ଟମର୍ଟମ ରିପୋର୍ଟ, କଲ ରେକର୍ଡ ଏବଂ ଡିଜିଟାଲ ଏଭିଡେନ୍ସ ଉପରେ ଟିମ୍ କାମ କରୁଛନ୍ତି । ଜୀବନ ହାରିବାର କାରଣ ସମ୍ପର୍କରେ ଏବେ ପର୍ଯ୍ୟନ୍ତ ସେଭଳି କିଛି ସୁରାକ୍ ପାଇ ନାହିଁ ପୋଲିସ । ବ୍ୟାଙ୍କର ଆର୍ଥିକ କାରବାର ନେଇ ମଧ୍ୟ ଯାଞ୍ଚ ଚାଲିଛି । ସେଭଳି କିଛି ସନ୍ଦେହଜନକ କାରବାର ଥିବା ସାମ୍ନାକୁ ଆସିନାହିଁ । ମୃତ ଆଇଆଇସିଙ୍କ ସହ ଯେଉଁମାନେ ଘଟଣାର କିଛି ଦିନ ପୂର୍ବରୁ ନିରନ୍ତର ଫୋନ ଯୋଗେ ଯୋଗାଯୋଗରେ ଥିଲେ, ସେମାନଙ୍କୁ ଡାକି ପଚରାଉଚରା କରାଯାଉଥିବା କହିଛନ୍ତି କଟକ ଡିସିପି ।
