ବରିଷ୍ଠ ଫଟୋ ସାମ୍ବାଦିକଙ୍କ ମାତୃ ବିୟୋଗ

ଭୁବନେଶ୍ୱର, ତା ୪/୮/୨୬ :- ଆଜି ରାତ୍ର ୯ ଘଟିକା ସମୟରେ ଓଡ଼ିଶାର ବରିଷ୍ଠ ଫଟୋ ସାମ୍ବାଦିକ ଧ୍ରୁବ ମିଶ୍ରଙ୍କ ମାତା ପ୍ରମୋଦିନି ମିଶ୍ରଙ୍କ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ବୟସ ୬୭ ହୋଇଥଲା। ପ୍ରମୋଦିନୀ ଦେବି ଜଣେ ସ୍ନେହୀ, ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମ ପରାୟଣ ମହିଳା ଭାବେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ବିଶିଷ୍ଠ ବ୍ୟକ୍ତି ମାନେ ଶେଷ ଦର୍ଶନ କରି ଗଭୀର ସମବେଦନା ଜଣାଇଛନ୍ତି। ମୃତ୍ୟ ଶଯ୍ୟା ନିକଟରେ ତାଙ୍କର ସ୍ୱାମୀ , ୪ ପୁଅ – ବୋହୂ, ଝିଅ – ଲ୍ଵାଇଁ, ନାତି – ନାତୁଣୀ ଏବଂ ବନ୍ଧୁ ପରିଜନ ଉପସ୍ଥିତ ଥିଲେ।ତାଙ୍କର ମଝିଆ ପୁଅ ଧ୍ରୁବ ମିଶ୍ର ପ୍ରମେୟ ଖବର କାଗଜ ସହ ବହୁ ଖବର କାଗଜରେ ଫଟୋ ସାମ୍ବାଦିକତା ଭାବେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ବହୁ ସାମ୍ବାଦିକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁନ୍ଦରପଦା ଅଞ୍ଚଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Spread the love

Leave a Reply

Your email address will not be published. Required fields are marked *