ସୋଆ କମ୍ୟୁନିଟି ରେଡିଓ ବୁଲି ଦେଖିଲେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ

ଭୁବନେଶ୍ୱର, ଏପ୍ରିଲ୍ ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪କୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ବୁଲି ଦେଖିଛନ୍ତି । ଗଣମାଧ୍ୟମ ଓ ତତ୍‌ସମ୍ପର୍କିତ କାର୍ଯ୍ୟଧାରା ସମ୍ପର୍କରେ ଓ ରେଡ଼ିଓ ସହ ଜଡ଼ିତ ଅଧିକ ଜ୍ଞାନ ଆହରଣ କରିବା ପାଇଁ ସୋଆ ରେଡ଼ିଓ ବୁଲି ଦେଖିଛନ୍ତି ଛାତ୍ରୀମାନେ । ସୋଆ ରେଡ଼ିଓରେ ପହଂଚି ଛାତ୍ରୀମାନେ ରେଡ଼ିଓର କାର୍ଯ୍ୟଧାରା ସହ ବୈଷୟିକ ଦିଗଗୁଡ଼ିକ ଉପରେ ଅଧିକ ତଥ୍ୟ ଗ୍ରହଣ କରିଥିଲେ । କୃତ୍ରିମ ବୁଦ୍ଧିମତା ଏବଂ ରେଡ଼ିଓ ମଧ୍ୟରେ କିପରି ଭାବେ ସମ୍ପର୍କ ସୁଦୃଢ଼ ହୋଇପାରିବ ସେ ବିଷୟରେ ବୁଝିଥିଲେ। ରେଡ଼ିଓର ଭବିଷ୍ୟତ କାର୍ଯ୍ୟକଳାପ ସହିତ ପ୍ରଯୁକ୍ତି ବିଦ୍ୟାକୁ ଏଥିରେ କିଭଳି ଯୋଡ଼ି ହେବ ସେ ନେଇ ଛାତ୍ରୀମାନେ ଅଧିକ ଜ୍ଞାନ ଆହରଣ କରିଥିଲେ ବୋଲି ସୋଆ କମ୍ୟୁନିଟି ରେଡ଼ିଓ୯୦.୪ର ଦାୟିତ୍ୱରେ ଥିବା ଅଧିକାରୀ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *