ଆସନ୍ତାକାଲି ସକାଳ ସୁଦ୍ଧା ପୁରୀରେ ପ୍ରବଳ ବର୍ଷା ସମ୍ଭାବନା, ପୁରୀକୁ ରେଡ ୱାର୍ଣ୍ଣିଂ ଜାରି
ଉତ୍ତର-ପଶ୍ଚିମ ବଂଗୋପସାଗର ଉପକୂଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। କାଲି ବି ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ପୁରୀରେ ହୋଇଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ପୁରୀ ଜିଲ୍ଲାରେ ୧୬୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଗାଣ ବର୍ଷା ଯୋଗୁଁ ବଡ଼ଦାଣ୍ଡ ଏବଂ ଜଗନ୍ନାଥ କଲୋନୀ ରେ ଅନେକ ଅଞ୍ଚଳ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।
ଆଜି ଭଳି ଆସନ୍ତାକାଲି ମଧ୍ୟ ପୁରୀରେ ପ୍ରବଳ ବର୍ଷାର ହେବାର ଆଶଙ୍କା ରହିଛି । ଲଘୁଚାପର ଗତିକୁ ଦେଖି କାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ, ପୁରୀକୁ ରେର୍ଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରଥଯାତ୍ରା ଥିବାରୁ ସତର୍କ କରିଛନ୍ତି ପାଣିପାଗ ବିଜ୍ଞାନୀ।
ପୁରୀ ଜିଲ୍ଲା ସହ ଜଗତସିଂହପୁର ଜିଲ୍ଲାକୁ ମଧ୍ୟ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ଢ଼େଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ତେବେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ସାମନ୍ୟା କମିପାରେ କିନ୍ତୁ ପଶ୍ଚିମ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବ।
ଲଗାଣ ବର୍ଷା ଯୋଗୁଁ ଗତକାଲିଠୁ ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। କଟକ, ଭୁବନେଶ୍ବର, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ତୁହାକୁ ତୁହା ବର୍ଷା ଲାଗି ରହିବାରୁ ପ୍ରଭାବିତ ହୋଇଛି ଜନଜୀବନ। ତଳିଆ ଅଂଚଳରେ ସୃଷ୍ଟି ହୋଇଛି ଜଳବନ୍ଦୀ ପରିସ୍ଥିତି ।
