ଆରମ୍ଭ ହେଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ

ବାଲିଅନ୍ତା  : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଅଭିଯାନ ୩୦ ମଇ ୨୦୨୬ ଠାରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ। ନିର୍ବାଚନୀ ତାଲିକାକୁ ଅଧିକ ସଠିକ୍, ନିର୍ଭୁଲ ଏବଂ ଅଦ୍ୟତନ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ନିୟୋଜିତ ହୋଇଛି। ଏଥିରେ ବୁଥ୍‌ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଭୋଟରମାନଙ୍କ ସୂଚନା ସଂଗ୍ରହ, ଯାଞ୍ଚ ଏବଂ ପରିଶୋଧନ କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରତ୍ୟେକ ପରିବାରକୁ ପରିଗଣନା ଫର୍ମ ପ୍ରଦାନ କରାଇଥିଲେ। ଭୋଟରମାନେ ଏହି ଫର୍ମ ପୂରଣ କରି ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁଚାରୁ ପରିଚାଳନା ପାଇଁ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀମାନେ ନିଯୁକ୍ତ ହୋଇଥିଲେ। ସେମାନେ ହେଲେ ଅଭୟ କୁମାର ସାମଲ, ସଞ୍ଜୁକ୍ତା ସାହୁ, ଆରତି ସାହୁ ପ୍ରମୁଖ ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ନିର୍ବାଚନ ବିଭାଗ ପକ୍ଷରୁ ସମସ୍ତ ଭୋଟରଙ୍କୁ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କ ସହ ସହଯୋଗ କରି ଠିକ୍ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ସହ ନିର୍ବାଚନୀ ତାଲିକାକୁ ନିର୍ଭୁଲ କରିବାରେ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ।

Spread the love