ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି; ଓଡିଶାକୁ ପ୍ରଶଂସା

ଭୁବନେଶ୍ୱର ୧୮.୦୯ :  ୨୦୨୪ ସାଧାରଣ ନିର୍ବାଚନରେ, ଲୋକସଭାକୁ ୭୪ ଜଣ ମହିଳା ନିର୍ବାଚିତ ହୋଇଥିଲେ-ଯାହା ସଦନର ମୋଟ ସଦସ୍ୟ ସଂଖ୍ୟାର ୧୩.୬ ପ୍ରତିଶତ । ଭାରତର ପଞ୍ଚାୟତି ରାଜ ଅନୁଷ୍ଠାନଗୁଡ଼ିକରେ ୧୪.୫ ଲକ୍ଷରୁ ଅଧିକ ମହିଳା ନିର୍ବାଚିତ ପ୍ରତିନିଧି ଭାବରେ କାର୍ଯ୍ୟ କରୁଛନ୍ତି, ଯାହା ମୋଟ ପ୍ରତିନିଧିଙ୍କ ପ୍ରାୟ ୪୬ ପ୍ରତିଶତ । ଭାରତର ଅନୁଷ୍ଠାନଗୁଡ଼ିକରେ ମହିଳାମାନେ କେବଳ ଅଂଶଗ୍ରହଣ କରନ୍ତି ନାହିଁ, ବରଂ ଦକ୍ଷତାର ସହ କାର୍ଯ୍ୟ କରନ୍ତି ଏବଂ ନେତୃତ୍ୱ ନିଅନ୍ତି । ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣ ଉଦ୍ଦେଶ୍ୟରେ ଭାରତ ୧୦୬ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩’ ପ୍ରଣୟନ ନିମନ୍ତେ ଉଦ୍ୟମ ଜାରି ରହିଛି ବୋଲି ବାଚସ୍ପତି  ସୁରମା ପାଢ଼ୀ କହିଛନ୍ତି ।
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ଆୟୋଜିତ ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘର ସମ୍ମିଳନୀର ମହିଳା ସଂସଦର କାର୍ଯ୍ୟକ୍ରମରେ ଯୋଗଦେଇ ବାଚସ୍ପତି ଶ୍ରୀମତୀ ପାଢ଼ୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭର କରାଇଛି । ଶିଶୁ ଯନି ଏବଂ ପରିଷ୍କାର ପାଣିର ସୁବିଧା, ଋଣ ଏବଂ ଡିଜିଟାଲ୍‌ ସେବାର ଉପଲବ୍ଧତା ମହିଳାଙ୍କୁ ଉଦ୍ୟୋଗୀ ହେବାରେ ସାହାଯ୍ୟ କରିଛି। ଯେତେବେଳେ ଜଣେ ମହିଳା ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ହୁଅନ୍ତି, ସେ କେବଳ ଜଣେ ମହିଳାଙ୍କ ଦୃଷ୍ଟିକୋଣ ନେଇ ଆସନ୍ତି ନାହିଁ ବରଂ ସେ ଜଣେ ନାଗରିକ, ଏକ ସମ୍ପ୍ରଦାୟ ଏବଂ ଏକ ରାଷ୍ଟ୍ରର ଅନୁଭୂତି ବହନ କରି ଆସନ୍ତି । ‘କମନଲେଥ୍‌ ୱିମେନ୍‌ ପାର୍ଲିଆମେଣ୍ଟାରିଆନ୍ସ’ ନେଟୱାର୍କ ୧୮୦ରୁ ଅଧିକ ଜାତୀୟ ଓ ଆଞ୍ଚଳିକ ସଂସଦର ୬,୦୦୦ରୁ ଅଧିକ ମହିଳାଙ୍କୁ ପ୍ରତିନିଧିିତ୍ୱ କରୁଛି । ଏହାର ପରିସର ପ୍ରଭାବଶାଳୀ ହେଲେ ମଧ୍ୟ ପ୍ରତିନିଧିିଗତ ବ୍ୟବଧାନ ହ୍ରାସ କରିବା ଦିଗରେ ଆହୁରି ଅନେକ କାର୍ଯ୍ୟ କରିବାକୁ ହେବ ବୋଲି ବାଚସ୍ପତି କହିଛନ୍ତି । ଏହି ସମ୍ମିଳନୀରେ ରାଜ୍ୟଗୋଷ୍ଠୀ ସମୂହର ମହିଳା ବାଚସ୍ପତି, ସାଂସଦ, ବିଧାୟକ ଓ ମନ୍ତ୍ରୀମାନେ ଯୋଗଦେଇଥିବାବେଳେ ଉତ୍ତରାଖଣ୍ଡର ବାଚସ୍ପତି ରୀତା ଖଣ୍ଡୁରୀ, ଆନ୍ଧ୍ରପ୍ରଦେଶର ସାଂସଦ ଶ୍ରୀମତୀ ପୁରନ୍ଦେଶ୍ୱରୀ ଓ ପଶ୍ଚିମବଙ୍ଗର ସାଂସଦ ରଚନା ବାନାର୍ଜୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସମେତ ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ ଓ ସଚିବ ଶ୍ରୀ ସତ୍ୟବ୍ରତ ରାଉତ ମଧ୍ୟ କେପ୍‌ଟାଉନ୍‌ ଗସ୍ତରେ ଯାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *