ଅକ୍ଟୋବର ଗରମରୁ ମିଳିବ ଆଶ୍ୱସ୍ତି, ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ପାଇଁ ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର :  ଅକ୍ଟୋବର ଗରମରୁ ମିଳିବ ଆଶ୍ୱସ୍ତି । ରାଜ୍ୟରେ ୨ରୁ ୩ ଡିଗ୍ରୀ କମିବ ତାପମାତ୍ରା । ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ପାଇଁ ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଓ ଝଡ଼ପବନ ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେତେକ ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ।

ଅନ୍ୟପଟେ ଆଜିଠାରୁ ରାଜ୍ୟରେ ଦିନ ତାପମାତ୍ରା କମିବାର ସମ୍ଭାବନା ରହିଛି। ପୂର୍ବ ଭାରତ ଉପରେ ଦୁଇଟି ନିମ୍ନଚାପ ରେଖା ସକ୍ରିୟ ରହିଥିବାରୁ ରାଜ୍ୟର ପାଗରେ ପରିବର୍ତ୍ତନ ଆସିଛି । ଏହାର ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ସମେତ ୧୪ଟି ଜିଲ୍ଲାରେ ବଜ୍ରପାତ ଓ ଝଡ଼ପବନ ଆଶଙ୍କା ରହିଛି । ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ ଗତ କିଛିଦିନ ଧରି ରାଜ୍ୟରେ ଅକ୍ଟୋବର ମାସର ଅସ୍ୱାଭାବିକ ଗରମ ଲାଗି ରହିଛି । ତେବେ ଆଜିଠାରୁ ଏହି ଗରମରୁ ସାମୟିକ ଆଶ୍ୱସ୍ତି ମିଳିପାରେ। ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଜାରି ରହିଛି। ଆଜି ପରେ ଆକାଶ ଧୀରେ ଧୀରେ ନିର୍ମଳ ହେବା ସହ ପାଗରେ ସୁଧାର ଆସିବା ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *