ଛାତ୍ର ସଂସଦ ନିର୍ବାଚନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ: ୧୫୦ରୁ ଅଧିକ ସିସିଟିଭି ନଜରରେ ରହିବ କ୍ୟାମ୍ପସ
ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ । ୧୫୦ରୁ ଅଧିକ ସିସିଟିଭି ନଜରରେ ରହିବ କ୍ୟାମ୍ପସ ବୋଲି ଏପରି ୫ ବଡ଼ ନିଷ୍ପତ୍ତି ନିଆଯାଇଛି । କୁଳପତିଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ ଶେଷହୋଇଛି । ବିଭିନ୍ନ ହଷ୍ଟେଲ ପରିସର, କ୍ୟାଣ୍ଟିନ୍ ଓ ତାଳପଦେଶ୍ୱରୀ ମନ୍ଦିର ପରିସର, ପ୍ରବେଶ ଓ ପ୍ରସ୍ଥାନ ଫାଟକରେ ଲାଗିବ ୧୫୦+ ସିସିଟିଭି କ୍ୟାମେରା । ଛାତ୍ରଛାତ୍ରୀଙ୍କ ପାଇଁ ୟୁନିଭରସିଟି ID କାର୍ଡ ବାଧ୍ୟତାମୂଳକ ନେଇ ମାଇକ୍ରେ ହେବ ପ୍ରଚାର । କ୍ୟାମ୍ପସରେ ଅଣ-ଛାତ୍ରଙ୍କ ପ୍ରବେଶ ଉପରେ ରହିବ କଡ଼ା ନଜର । ପ୍ରଶାସନ ଓ ସୁରକ୍ଷା ଅଧିକାରୀଙ୍କ ମିଳିତ ତତ୍ତ୍ୱାବଧାନରେ ହେବ ଶାନ୍ତିପୂର୍ଣ୍ଣ ନିର୍ବାଚନ ।
ଏପଟେ ଛାତ୍ର ସଂସଦ ନିର୍ବାଚନର ସୁପରିଚାଳନା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ସଂସଦ ନିର୍ବାଚନକୁ ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳନା କରିବା ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଶୃଙ୍ଖଳା ବା ହିଂସା ପରିସ୍ଥିତି ଉପୁଜିଲେ, ଲିଙ୍ଗଡ଼ୋ କମିଶନ ନିୟମାବଳୀ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
