ନଦୀ କୁଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ ପ୍ରକ୍ରିୟା, ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଘନ ଘନ ବୈଠକ

ଛତ୍ରପୁର: ନଦୀ କୁଳିଆ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚାଲିଛି ଚିହ୍ନଟ ପ୍ରକ୍ରିୟା । ସମ୍ଭାବ୍ୟ ବାତ୍ୟାର କଡ଼ା ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ । ସମ୍ଭାବ୍ୟ ବାତ୍ୟା ଆକାବାନ ର ଦୃଢ଼ ମୁକାବିଲା କରିବା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ନେଇ ଘନ ଘନ ବୈଠକ କରି ସତର୍କ କରାଇଛନ୍ତି । ସମସ୍ତ ବିଭାଗର ଅଧିକାରୀ ମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଲାଗି ଜିଲ୍ଲାପାଳ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନଦୀ କୁଳିଆ ଅଂଚଳରେ ଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ସମେତ ରନ୍ଧା ଖାଦ୍ୟ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲପାଳ । ଆବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ରହିଛି । ଏହାସହ ବିଭିନ୍ନ ବିଭାଗର ଅଧିକାରୀ ମାନେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ଆବଶ୍ୟକୀୟ ସାମଗ୍ରୀ ପ୍ରସ୍ତୁତ କରି ରଖିବା ପାଇଁ କୁହାଯାଇଛି ।

ବାତ୍ୟାର ଗତିପଥ ନେଇ ଅଧିକ ସୂଚନା ଆସିବା ପରେ ଗତ ବାତ୍ୟାରେ ଯେଉଁଠି ବନ୍ୟା ପରିସ୍ଥିତି ସ୍ତୁଷ୍ଟି ହୋଇଥିଲା ସେହି ସ୍ଥାନ ମାନଙ୍କର ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବା ପାଇଁ ସମସ୍ତ ବିଡିଓ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଗର୍ଭବତୀ ମହିଳା ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିବାକୁ କୁହାଯାଇଛି । ଗତ ଅର୍ଣ୍ଣବ ବାତ୍ୟା ରେ ଯେଉଁ ଯେଉଁ ସ୍ଥାନରେ ଭୁସ୍ଫଳନ ହୋଇଥିଲା ସେହି ସ୍ଥାନ ମାନଙ୍କରେ ଉପ ଜିଲ୍ଲାପାଳ ଓ ବିଡ଼ିଓ ମାନେ ପରିଦର୍ଶନ କରୁଛନ୍ତି । ସେଠାରେ ରହୁଥିବା ଲୋକଙ୍କୁ ଆସନ୍ତାକାଲି ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ସେହିପରି ଚାଷୀ ମାନଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ସମସ୍ତ ସ୍ଥାନରେ କୃଷି ବିଭାଗ ପକ୍ଷରୁ ସତର୍କ କରାଯାଇଛି । ଯେଉଁ ସ୍ଥାନରେ ଧାନ ଗୁଡିକ ପାଚି ଯାଇଛି ସେହି ସ୍ଥାନରେ ତୁରନ୍ତ ସେଗୁଡିକ ସୁରକ୍ଷା ପାଇଁ ଧ୍ୟାନ ଦିଆଯାଇଛି । କୃଷି ମିତ୍ର ଙ୍କ ସମେତ କୃଷି ବିଭାଗର ଅଧିକାରୀ ମାନେ ଚାଷୀ ମାନଙ୍କୁ ସହଯୋଗ ପାଇଁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *