ନୟାପଲ୍ଲୀ ଡକାୟତିର ଖୁଲାସା : ଧାର ଟଙ୍କା ସୁଝିବାକୁ ମାଲିକ ଘରୁ ଡକାୟତି, ଦୁଇ ଗିରଫ
ଭୁବନେଶ୍ୱର : ନୟାପଲ୍ଲୀ ଡକାୟତିର ଖୁଲାସା । ଧାର ଟଙ୍କା ସୁଝିବାକୁ ମାଲିକ ଘରୁ ଡକାୟତି ଯୋଜନା କରିଥିଲା । ଘର ମାଲିକ ଘରେ ଡ୍ରାଇଭରର ଥିଲା କାରସାଦି । ସୁପାରି ଦେଇ କରିଥିଲେ ଡକାୟତି ପ୍ଲାନ । ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁ ଗିରଫ କଲା ପୋଲିସ । ୨୦୧୯ ମସିହା ନୟାପଲ୍ଲୀ N5 ଡକାୟତିର ଖୁଲାସା ।
ମାଷ୍ଟର ମାଇଣ୍ଡ ସମେତ ମୋଟ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଆଉ ଦୁଇ ଜଣ ଅଛନ୍ତି ଏବେବି ଫେରାର । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ହାତୀ ଥିଲା ମାଷ୍ଟର ମାଇଣ୍ଡ । ଦେଖି ନିଜ ସହଯୋଗୀ ଦେବେନ୍ଦ୍ର ଚୋଧୁରି ଓ ତାର ତିନି ସହଯୋଗିଙ଼ୁ ସୁପରି ଦେଇ କରିଥିଲା ମାଲିକ ଘରୁ ଚୋରି ।
ମାଲିକଠୁ ନେଇ ଥିବ ଧାର ଟଙ୍କା ସୁଝି ନ ପାରିବାରୁ । ଘରେ ଡକାୟତି କରି ଟଙ୍କା ସୁଝିବାକୁ କରିଥିଲା ପ୍ଲାନ । ଏନ୍ ୫ରେ ରହୁଥିବା ମାଲିକ ଘରୁ ଡକାୟତି ପାଇଁ ସବୁ ପ୍ଲାନ ଦେଇଥିଲା ସଞ୍ଜୟ ହାତି । ଶେଷରେ ଦେବେନ୍ଦ୍ର ଚୋଧୁରି ଓ ଆଉ ଦୁଇ ଜଣ ଅଭିଯୁକ୍ତ ଘରେ ପଶି କରିଥିଲେ ଡକାୟତି ।
ଡକାୟତି ପରେ ଘରେ ପଶିବା ସୁନା ଅଳଙ୍କାର ଓ ପାଞ୍ଚ ଲକ୍ଷ ଲୁଟିବା ଷ୍ଟାଇଲ ଦେଖି ପୋଲିସ ସଂଦେହ ବଢ଼ିଥିଲା । ଡକାୟତି ପଛରେ କେହି ଘରର ଚିହ୍ନା ପରିଚିତ ଥିବା ଲୋକ ସଂଦେହ ହେଉଥିଲା । ଶେଷରେ ଜଣା ପଡ଼ିଥିଲା ଘର ମାଲିକର ଡ୍ରାଇଭର କରିଥିଲା ପ୍ଲାନ । ଡ୍ରାଇଭର ସଞ୍ଜୟ ହାତି ସହ ସୁପାରି ନେଇଥିବା ଦେବେନ୍ଦ୍ର ଚୋଧୁରି ଗିରଫ । ଆଉ ଦୁଇ ଜଣଙ୍କୁ ଖୋଜୁଛି ନୟାପଲ୍ଲୀ ଥାନା ପୋଲିସ ।
