ବଣାଇ ଗୁରୁଣ୍ଡିଆ ନିକଟରେ ବସ ଦୁର୍ଘଟଣା, ୧୨ ଜଣ ଆହତ

ବଣାଇ  : ସୁନ୍ଦରଗଡ଼ ବଣାଇ ଗୁରୁଣ୍ଡିଆ ନିକଟରେ ବସ ଦୁର୍ଘଟଣା । ଘରୋଇ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ I  ଭାରସାମ୍ୟ ହରାଇ ଓଲଟିଲା ବସ I କୁଚିଣ୍ଡାରୁ ବଣାଇ ଆସୁଥିଲା ଘରୋଇ ବସ । ଏଥିରେ ୩୦ ଜଣ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ୧୨ ଜଣ ଆହତ ହୋଇଛନ୍ତି । ଗୁରୁଣ୍ଡିଆ ନିକଟସ୍ଥ ମଧୁପୁର ଠାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବସ ।  ଖବର ପାଇ ଗୁରୁଣ୍ଡିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳ ରେ ପହଁଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଗୁରୁଣ୍ଡିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ  l  ଦୁଇଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି  ।  ଅନ୍ୟମାନେ ଗୁରୁଣ୍ଡିଆରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *