ବାଇକ ସହ ୧୨ ମୋବାଇଲ ଜବତ, ୨ ଲୁଟେରା ଗିରଫ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ପଞ୍ଝାରେ ୨ ହାଇୱେ ଲୁଟେରା । ବ୍ୟବହୃତ ବାଇକ ସହ ସେମାନଙ୍କ ନିକଟରୁ ୧୨ଗୋଟି ମୋବାଇଲ ଜବତ । ଅଭିଯୋଗ ମୁତାବକ, ୧୬ନଂ ଜାତୀୟ ରାଜପଥ ବଡ଼ଚଣା ଥାନା ନିକଟ ଏକ ହୋଟେଲରେ ଜଣେ ମହିଳା ବିଶ୍ରାମ ନେଉଥିଲେ । ଏହି ସମୟରେ ୨ଜଣ ଲୁଟେରା ବାଇକରେ ଆସି ମୋବାଇଲ ଝାମ୍ପି ନେଇଥିଲେ । ଅଭିଯୋଗ କ୍ରମେ ପୋଲିସ ଘଟଣାର ତଦନ୍ତ କରି ୨ଜଣ ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଲୁଟେରା ଦ୍ବୟ ସାଲେପୁର ଅଞ୍ଚଳର ହୋଇଥିବା ଜଣାପଡିଛି । ଏମାନେ ମୁଖ୍ୟତଃ ରାଜପଥରେ ଯାଉଥିବା ଯାତ୍ରୀଙ୍କୁ ଟାର୍ଗେଟ କରିଥାନ୍ତି ବୋଲି ପୋଲିସ ସୂଚନା ଦେଇଛି।ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *