ବାଇକରେ ଆସୁଥିବାବେଳେ ହେଲା ବଜ୍ରପାତ, ଚାଲିଗଲା ୩ ଜୀବନ

ଦେବଗଡ଼: ବଜ୍ରପାତ ନେଲା ୩ ଜୀବନ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ବସାଲୋଇ ପଞ୍ଚାୟତରେ ଅଘଟଣ ଘଟିଛି । ବଜ୍ରାଘାତରେ ତେନ୍ତୁଳି ସାହିର ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବୁବୁନ ସାମଲ, ଡୋଳାମଣି ପେଣ୍ଠେଇ ଓ ରାଜା କଣ୍ଡୁଲାନା । ୬ଜଣ ଯୁବକ ୩ଟି ବାଇକରେ ଆସୁଥିବାବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ ତେନ୍ତୁଳିସାହିର ରାଜା କଣ୍ଡୁଲାନା ଘର ଅଗଣାରେ ଥିବାବେଳେ ବଜ୍ରାପାତ ଘଟି ତାଙ୍କ ଜୀବନ ଯାଇଛି ।

ସେପଟେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୨୪ ଘଣ୍ଟାରେ ଓଡ଼ିଶାର ସମସ୍ତ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ବିଶେଷକରି ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତିରେ ପ୍ରବଳ ବର୍ଷା ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *