ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ

ରାଜନଗର : ଭିତରକନିକାରେ ବଢ଼ିଲେ ଦେଶୀୟ ପକ୍ଷୀ ।  ଗତବର୍ଷ ତୁଳନାରେ ଚଳିତବର୍ଷ ୧୪୮୩ ଟି ଅଧିକ ପକ୍ଷୀ ଗଣନା କରାଯାଇଛି । ଚଳିତବର୍ଷ ଭିତରକନିକାରେ ଅଛନ୍ତି ୧୦ ପ୍ରଜାତିର ୧ ଲକ୍ଷ ୩୨ ହଜାର ୨୭୯ ଟି ପକ୍ଷୀ । ୩ ଦିନ ଧରି ଭିତରକନିକାର ଲକ୍ଷ୍ମୀପ୍ରସାଦଡିଆ, ଦୂର୍ଗାପ୍ରସାଦଡିଆ,ମଠଆଡିଆ ଓ ବାଲିଡିଆ ରେ ବନବିଭାଗ ପକ୍ଷରୁ ପକ୍ଷୀ ଗଣନା କରାଯାଇଥିଲା। ଚଳିତବର୍ଷ ୧୪୧୯ ଟି ଗଛରେ ୨୮୬୪ଟି ବସା ବାନ୍ଧି ୧ ଲକ୍ଷ ୩୨ ହଜାର ୨୭୯ଟି ପକ୍ଷୀ ଥିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରତ୍ୟେକ ବର୍ଷ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ସଂଖ୍ୟା ବୃଦ୍ଧି ପାଉଛି ।

Spread the love

Leave a Reply

Your email address will not be published. Required fields are marked *