ମହାପ୍ରଭୁଙ୍କ ଚାପ ଖେଳ ବନ୍ଦ ଘଟଣା, ଚନ୍ଦନଯାତ୍ରା ବିବାଦ ସମାଧାନ ନେଇ ବୈଠକ ବସିଛି

ପୁରୀ : ଚନ୍ଦନଯାତ୍ରା ବିବାଦ ସମାଧାନ ନେଇ ବୈଠକ ବସିଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ବସିଛି। ବୈଠକରେ ଛତିଶା ନିଯୋଗ ମହାନାୟକ, ପରିଚାଳନା କମିଟି ସଦସ୍ୟ , ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ଅଛନ୍ତି । ଗତକାଲି ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳି ନପାରି ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ ମହାପ୍ରଭୁ।

ଗତକାଲି ସିଂହାରୀ ଓ ସୁଦୁ ସୁଆରଙ୍କ ମଧ୍ୟରେ ବିବାଦ ଯୋଗୁଁ ଗତକାଲି ନରେନ୍ଦ୍ର ପୁଷ୍କରିଣୀରେ ବନ୍ଦ ରହିଥିଲା ମହାପ୍ରଭୁଙ୍କ ଚାପ ଖେଳ । ଚାପରେ କେତେ ସଂଖ୍ୟକ ସେବକ ରହିବେ,ତାକୁ ନେଇ ହୋଇଥିଲା ବିବାଦ । ପ୍ରାୟ ସାଢ଼େ ୩ ଘଣ୍ଟା ପ୍ରତୀକ୍ଷା ପରେ ବିବାଦ ସମାଧାନ ନ ହେବାରୁ ଶ୍ରୀମନ୍ଦିର ଫେରି ଯାଇଛନ୍ତି ଚଳନ୍ତି ଠାକୁର । ସେହିପରି କାଳ ବୈଶାଖୀ ଯୋଗୁଁ ଦିନ ଚାପ ମଧ୍ୟ ବନ୍ଦ ରହିଥିଲା । ତେବେ ରାତ୍ରୀ ଚାପ ପାଇଁ ରାତି ୯ ଟା ରୁ ପ୍ରସ୍ତୁତି ସାରିଥିଲେ ହେଁ ରାତି ୧୨ଟା ୩୦ ଯାଏଁ ବିବାଦ ତୁଟି ନଥିଲା । ପରେ ପବନ ବେଗ ଓ ବର୍ଷାକୁ ନଜରରେ ରଖି ଚାପ ନ ଖେଳି ଶ୍ରୀମନ୍ଦିର ବାହୁଡ଼ା ବିଜେ କରିଥିଲେ ଦିଅଁ ।

Spread the love

Leave a Reply

Your email address will not be published. Required fields are marked *