ସରକାରୀ ଅର୍ଥ ଆତ୍ମସାତ୍‌ ମାମଲା, ସେବା ସମବାୟ ସମିତିର ଅବସରପ୍ରାପ୍ତ ସମ୍ପାଦକଙ୍କୁ ବର୍ଷେ ଜେଲ

ସରକାରୀ ଅର୍ଥ ଆତ୍ମସାତ୍‌ ମାମଲାରେ ଗଞ୍ଜାମ ଜିଲ୍ଲା ବେଣାପାଟ ସେବା ସମବାୟ ସମିତିର ଅବସରପ୍ରାପ୍ତ ପୂର୍ବତନ ସମ୍ପାଦକ ମହାଦେବ ବିଶ୍ୱାଳ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।  ଏହି ମାମଲାରେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ଏକ ବର୍ଷ କାରାଦଣ୍ଡ ସହ ଜରିମାନାରେ ଦଣ୍ଡିତ କରିଛନ୍ତି ।  ୧୯୯୯ରୁ ୨୦୦୩ ମସିହା ମଧ୍ୟରେ ବେଣାପାଟ ସେବା ସମବାୟ ସମିତିର କ୍ୟାସ୍‌ ରେଜିଷ୍ଟରରେ ହେରଫେର କରି ସରକାରୀ ଅର୍ଥ ଆତ୍ମସାତ୍‌ କରିଥିବା ଅଭିଯୋଗରେ ମହାଦେବଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ମାମଲା ରୁଜୁ କରିଥିଲା ।  ତଦନ୍ତ ପରେ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରାରେ ଅଭିଯୋଗପତ୍ର ଦାଖଲ ହୋଇଥିଲା।ଅଦାଲତଙ୍କ ରାୟ ପରେ ମହାଦେବ ବିଶ୍ୱାଳଙ୍କ ପେନ୍‌ସନ୍‌ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ସମ୍ପୃକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି  ।

Spread the love

Leave a Reply

Your email address will not be published. Required fields are marked *