ହାତୀ ଆକ୍ରମଣରେ ପୁଣି ଗଲା ଯୁବକଙ୍କ ଜୀବନ, ୧୦ଦିନରେ ୩ଜଣଙ୍କ ମୃତ୍ୟୁ

ହିନ୍ଦୋଳ: ହାତୀ ଆକ୍ରମଣରେ ପୁଣି ଗଲା ଜଣେ ଯୁବକଙ୍କ ଜୀବନ । ୧୦ଦିନରେ ୩ଜଣଙ୍କର ମୃତ୍ୟୁ । ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ପୁଣିଗଲା ଜଣେ ଯୁବକଙ୍କ ଜୀବନ । ମୃତ ଯୁବକ ହେଲେ ହିନ୍ଦୋଳ ବନାଞ୍ଚଳ ହାତୁରା ପଞ୍ଚାୟତ ଜୟପଙ୍ଗା ଗାଁର ସ୍ଵପ୍ନେଶ୍ଵର ବିଶ୍ଵାଳ । ଗାଁ ମୁଣ୍ଡ ରାସ୍ତାରେ ଯାଉଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ।

ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ପଠାଇଛନ୍ତି । ୫ଦିନ ହେବ ହାତୁରା, ପଡା, ଜୟପଙ୍ଗା ଅଞ୍ଚଳରେ ୧୦୦ରୁ ଉର୍ଦ୍ଧ୍ଵ ହାତୀ ରହି ଉପଦ୍ରବ ଚଳାଇଛନ୍ତି । ୧୦ଦିନରେ ୩ଜଣ ଲୋକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *