ହିତାଧିକାରୀ ମାନଙ୍କୁ ମିଳୁନି ଚାଉଳ, ପ୍ରତିବାଦରେ ପଞ୍ଚାୟତ ବାସୀଙ୍କ ଡିଲରଙ୍କ ଗୋଦାମ ସମ୍ମୁଖରେ ବିକ୍ଷୋଭ ଓ ହୋହାଲ୍ଲା
ଭଦ୍ରକ: ହିତାଧିକାରୀ ମାନଙ୍କୁ ମିଳୁନି ଚାଉଳ । ଚାଉଳ ନଦେଇ ହଇରାଣ କରୁଛନ୍ତି ଡିଲର। ପ୍ରତିବାଦରେ ଭଦ୍ରକ ବ୍ଲକ ଅର୍ଣ୍ଣପାଳଦ୍ୱାରା ପଞ୍ଚାୟତ ବାସୀଙ୍କ ଡିଲରଙ୍କ ଗୋଦାମ ସମ୍ମୁଖରେ ବିକ୍ଷୋଭ ଓ ହୋହାଲ୍ଲା । ଏହି ପଞ୍ଚାୟତରେ ଜଣେ ଡିଲର ଦୀର୍ଘ ଦିନ ଧରି ରହିବା ଫଳରେ ସେ ହିତାଧିକାରୀମାନଙ୍କୁ ଚାଉଳ ଦେବା ସମୟରେ ବିଭିନ୍ନ ପ୍ରକାରର ହଇରାଣ ହରକତ କରିବା ସହି ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ । ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ହେଉ ନଥିଲା ।
ଗତକାଲି ବ୍ଲକ ପ୍ରଶାସନ ପକ୍ଷରୁ ଯୋଗାଣ ବିଭାଗର ନିରୀକ୍ଷକ ସେଠାକୁ ଯାଇ ଚାଉଳ ଠିକ ଭାବରେ ଦିଆଯାଉଛି କି ନାହିଁ ଦେଖିବା ପାଇଁ ଯାଇଥିଲେ । ଏହି ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ସମ୍ପୃକ୍ତ ଡିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ଏପରିକି ଯୋଗାଣ ବିଭାଗର ଗାଡ଼ିକୁ ଅଟକାଇ ଲୋକଙ୍କ ସମସ୍ୟାକୁ ସମାଧାନ କରି ଏଠାରୁ ଯାଅ ବୋଲି ଦାବି କରି ହୋହାଲ୍ଲା କରି ତାଙ୍କ ଗାଡ଼ିକୁ ଅଟକାଇଥିଲେ । ଫଳରେ ସେଠାରେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭଦ୍ରକ ବିଧାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ବିଡ଼ିଓ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଏହି ବିଷୟରେ ନିଶ୍ଚିତ ତଦାରଖ କରାଯିବା ପାଇଁ କହିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା ।.
