୨୪ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ଉତ୍କଳ ବିଶ୍ଵବିଦ୍ୟାଳୟ, ଗତକାଲିର କାଳ ବୈଶାଖୀ ପ୍ରଭାବ

ଭୁବନେଶ୍ୱର : ଅନ୍ଧାରରେ ବାଣୀବିହାର କ୍ୟାମ୍ପସ । ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅନ୍ଧାରରେ ଉତ୍କଳ ବିଶ୍ଵବିଦ୍ୟାଳୟ । ଗତକାଲି କାଳ ବୈଶାଖୀ ପ୍ରଭାବରେ ବିଶ୍ଵବିଦ୍ୟାଳୟ ପରିସରରେ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି । ବିଦ୍ୟୁତ ତାର ଉପରେ ଗଛ ପଡ଼ିଛି । ଛାତ୍ରାବାସ ୧, ୨, ୩ ଓ ୫ ରେ ଲାଇନ୍ ନାହିଁ । ଅନ୍ଧାରେରେ ଅଛନ୍ତି ଛାତ୍ର ।  ବିଜୁଳି ନଥିବାରୁ ପାଣି ନାହିଁ ।  ପାଣି ନଥିବାରୁ ଛାତ୍ରଙ୍କ ଭିତରେ ଅସନ୍ତୋଷ। ସଜାଡ଼ିବାକୁ ବିଦ୍ୟୁତ କର୍ମଚାରୀ ଗତ କାଲି ଠାରୁ ଲାଗିଛନ୍ତି । ହେଲେ ଏଯାଏଁ କାମ ସରିନି ।  କାମ ନସରିବା ଯାଏଁ ଅନ୍ଧାରରେ ରହିବ ବାଣୀବିହାର କ୍ୟାମ୍ପସ ।

Spread the love

Leave a Reply

Your email address will not be published. Required fields are marked *