ଗଞ୍ଜେଇ ମାଫିଆଙ୍କ ସହ ପୂର୍ବତନ ଆଇଆଇସିଙ୍କ ଲିଙ୍କ, ଏସପିଙ୍କ କାରଣ ଦର୍ଶାଅ ନୋଟିସ୍ ଜାରି
କଣ୍ଟାମାଳ : ପୁଣି ବିବାଦରେ ପୋଲିସ । ଗଞ୍ଜେଇ ମାଫିଆଙ୍କ ସହ ପୂର୍ବତନ ଆଇଆଇସିଙ୍କ ଲିଙ୍କ । ଘଟଣାକୁ ନେଇ ପୂର୍ବତନ ଥାନା ଅଧିକାରୀଙ୍କୁ ଏସପିଙ୍କ କାରଣ ଦର୍ଶାଅ ନୋଟିସ । ବୌଦ୍ଧ ଜିଲ୍ଲା ପୋଲିସ ବିଭାଗରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗଞ୍ଜେଇ ବେପାରୀ ଓ ନିଶା ମାଫିଆଙ୍କୁ ଗିରଫଦାରୀରୁ ବର୍ତ୍ତିବା ପାଇଁ ସହଯୋଗ କରୁଥିବା ଅଭିଯୋଗରେ ମନମୁଣ୍ଡା ଥାନାର ପୂର୍ବତନ ଥାନା ଅଧିକାରୀ ସୁସ୍ମିତା ମଗରଙ୍କୁ ବୌଦ୍ଧ ଆରକ୍ଷୀ ଅଧୀକ୍ଷକ (SP) କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ସୁବର୍ଣ୍ଣପୁର ଏସପିଙ୍କ ଠାରୁ ମିଳିଥିବା ହ୍ୱାଟ୍ସଆପ୍ ଚାଟ୍ ପ୍ରମାଣ ଆଧାରରେ ବୌଦ୍ଧ ଏସପି ଏହି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।
