ଯୁବକଙ୍କୁ ଅମାନୁଷିକ ଭାବେ ରାତି ଅଧରେ ନିସ୍ତୁକ ପିଟିଲେ

ଗୋପ : ଯୁବକଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଲହୁଲୁହାଣ ।   ରାତି ଅଧରେ ନିସ୍ତୁକ ପିଟିଲେ ।  ଭିଡିଓରୁ ଜଣାପଡୁଛି, କିଛି ଯୁବକ ଜଣେ ବ୍ୟକ୍ତିଙ୍କୁ ତଳେପକାଇ ନିର୍ଧୁମ ପ୍ରହାର କରୁଛନ୍ତି  l  ଲୁହା ରଡ଼, ଠେଙ୍ଗା ସାହାଯ୍ୟରେ ପିଟୁଛନ୍ତି  ।  ଏକ ଭାଇରାଲ ଭିଡିଓରେ ଏଭଳି ବର୍ବରତା ଦେଖିବାକୁ ମିଳିଛି  ।  ସୂଚନା ଅନୁଯାୟୀ, ପୁରୀ କୋଣାର୍କ ଥାନା ଧନିତ୍ରୀ ଗାଁର ଦୁଇ ଭାଇ ବରପଦା ପିଉସୀ ଘରକୁ ଯାଇଥିଲେ  l  ବାହାଘର ବରଯାତ୍ରୀରୁ ଫେରିବା ବେଳେ କୋଣାର୍କ ଇକୋ ରିଟ୍ରିଟ୍ ପାଖରେ କିଛି ଅସାମାଜିକ ଯୁବକ ଅଟକାଇ ଗାଳିଗୁଲଜ କରିଥିଲେ ।  ଉଭୟଙ୍କ ମଧ୍ୟରେ ବଚସା ପରେ ଏମିତି ଛାତିଥରା ଘଟଣା ଦେଖିବାକୁ ମିଳିଛି  l  ଏନେଇ କୋଣାର୍କ ଥାନାରେ ଅଭିଯୋଗ ହୋଇଥିବା ସୂଚନା ରହିଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନି ।

Spread the love

Leave a Reply

Your email address will not be published. Required fields are marked *