ସମ୍ପତ୍ତି ଲୋଭ ହେଲା କାଳ, ୫ ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ
ଭୁବନେଶ୍ୱର: କଟକ ସାଲେପୁରରେ ଚାଞ୍ଚଲ୍ୟ । ସମ୍ପତ୍ତି ଲୋଭ ହେଲା କାଳ । ହିତାହିତ ଜ୍ଞାନ ଭୁଲିଗଲା ମଣିଷ । ୫ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ । ବ୍ୟକ୍ତିଗତ ଶତ୍ରୁତା ପାଇଁ ପିଶାଚ ପାଲଟିଗଲା ପଡ଼ୋଶୀ । କଟକ ସାଲେପୁର ବାହାବଳପୁରରୁ ଆସିଥିବା ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି । ଏବେ ଗତ ୧୭ ଦିନ ହେଲାଣି ଜୀବନ ମରଣ ସହ ସଂଗ୍ରାମ କରୁଛି ରୋହିତ କୁମାର ମଲିକଙ୍କ ୫ ବର୍ଷର ପୁଅ । ରୋହିତଙ୍କ ପଡୋଶୀଙ୍କ ସହିତ ଜମି ବାଡ଼ିକୁ ନେଇ ପୂର୍ବ ଶତ୍ରୁତା ଥିଲା ।
ଗତ ୨୨ ତାରିଖରେ ଶିଶୁଟି ପଡ଼ୋଶୀଙ୍କ ଘରକୁ ଯାଇଥିବାବେଳେ ରାଗରେ ମିଠାରେ ବିଷ ଦେଇଦେଇଥିଲେ । ଗୁରୁତର ଅବସ୍ଥାରେ ତାକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ଏବେ ଆଇସିୟୁରେ ତାର ଚିକିତ୍ସା କରାଯାଉଛି । ଏନେଇ ରୋହିତ କୁମାର ସାଲେପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରରେ ପୋଲିସ ତଦନ୍ତ କରୁଛି ।
