ଓଡ଼ିଶା ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷାରେ ବ୍ଲୁ ଟୁଥ, ଚାରି ଜଣ ଗିରଫ
କଟକ : ପରୀକ୍ଷା ହଲରେ ବ୍ଲୁ ଟୁଥ । ଅନୈତିକ ଉପାୟରେ କପି କରିବା ଉଦ୍ୟମ କରି ଗିରଫ ହେଲେ ପରୀକ୍ଷାର୍ଥୀ । ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଅନ୍ୟ ତିନି ଛାତ୍ର ମଧ୍ୟ ଗିରଫ । ମୋଟ ଚାରି ଜଣଙ୍କୁ ଗିରଫ କଲା କଟକ ମର୍କତନଗର ଥାନା ପୋଲିସ । ପରୀକ୍ଷାର୍ଥୀଙ୍କୁ ଫୋନ ଯୋଗେ ସହଯୋଗ କରୁଥିଲେ ଅନ୍ୟ ଛାତ୍ର । ସି ଡି ଏ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଓଡ଼ିଶା ସିଭିଲ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ୨୦୨୫ ଅନୁଷ୍ଟିତ ହେଉ ଥିବା ବେଳେ, ସେଣ୍ଟର ସୁପରଭାଇଯରଙ୍କ ସୂଚନା ଆଧାରରେ ଗିରଫ କଲା ପୋଲିସ । ଅଭିଯୁକ୍ତ ପରୀକ୍ଷାର୍ଥୀ ଅଭିଷେକ ରାଉତ ଗିରଫ । ତାଙ୍କଠାରୁ ବ୍ଲୁ ଟୁଥ ଇୟରବଡ ଓ ମୋବାଇଲ ଫୋନ୍ ଜବତ୍ କଲା ପୋଲିସ। ଅନ୍ୟ ସହଯୋଗୀଙ୍କ ମୋବାଇଲ ଫୋନ ମଧ୍ୟ ଜବତ୍ କରିଛି ପୋଲିସ ।
