ସମ୍ପତ୍ତି ଲୋଭ ହେଲା କାଳ, ୫ ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ

ଭୁବନେଶ୍ୱର: କଟକ ସାଲେପୁରରେ ଚାଞ୍ଚଲ୍ୟ । ସମ୍ପତ୍ତି ଲୋଭ ହେଲା କାଳ । ହିତାହିତ ଜ୍ଞାନ ଭୁଲିଗଲା ମଣିଷ ।  ୫ବର୍ଷର ଶିଶୁକୁ ମିଠାରେ ବିଷ ଦେଇ ମାରିବାକୁ ଉଦ୍ୟମ । ବ୍ୟକ୍ତିଗତ ଶତ୍ରୁତା ପାଇଁ ପିଶାଚ ପାଲଟିଗଲା ପଡ଼ୋଶୀ ।  କଟକ ସାଲେପୁର ବାହାବଳପୁରରୁ ଆସିଥିବା ଖବର ସମସ୍ତଙ୍କୁ ବିଚଳିତ କରିଦେଇଛି ।  ଏବେ ଗତ ୧୭ ଦିନ ହେଲାଣି ଜୀବନ ମରଣ ସହ ସଂଗ୍ରାମ କରୁଛି ରୋହିତ କୁମାର ମଲିକଙ୍କ ୫ ବର୍ଷର ପୁଅ । ରୋହିତଙ୍କ ପଡୋଶୀଙ୍କ ସହିତ ଜମି ବାଡ଼ିକୁ ନେଇ ପୂର୍ବ ଶତ୍ରୁତା ଥିଲା ।

ଗତ ୨୨ ତାରିଖରେ ଶିଶୁଟି ପଡ଼ୋଶୀଙ୍କ ଘରକୁ ଯାଇଥିବାବେଳେ ରାଗରେ ମିଠାରେ ବିଷ ଦେଇଦେଇଥିଲେ ।  ଗୁରୁତର ଅବସ୍ଥାରେ ତାକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା । ଏବେ ଆଇସିୟୁରେ ତାର ଚିକିତ୍ସା କରାଯାଉଛି । ଏନେଇ ରୋହିତ କୁମାର ସାଲେପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା ଆଧାରରରେ ପୋଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *