ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଡ. ଅଚ୍ୟୁତ ସାମନ୍ତ, ନୀତା ଅମ୍ବାନୀଙ୍କ ନିମନ୍ତ୍ରଣ ରକ୍ଷା କରି ଯୋଗଦେଲେ

ଭୁବନେଶ୍ୱର : ଅମ୍ବାନୀ ପରିବାର ଗଣେଶ ପୂଜାରେ ଯୋଗଦେଲେ ଡ. ଅଚ୍ୟୁତ ସାମନ୍ତ ।  ମୁମ୍ବାଇରେ ଗଣେଶ ପୂଜା ବଡ଼ ଧୁମ୍‍ଧାମରେ ଆୟୋଜନ କରାଯାଇଥାଏ। ବିଶେଷକରି ଅମ୍ବାନୀ ପରିବାର ପକ୍ଷରୁ ଭବ୍ୟ ଆୟୋଜନ ହୋଇଥାଏ। ପ୍ରତିବର୍ଷ ଭଳି ଏଥର ମଧ୍ୟ ଅମ୍ବାନୀ ପରିବାର ପକ୍ଷରୁ ଗଣେଶ ପୂଜାର ବିରାଟ ଆୟୋଜନ କରାଯାଇଥିଲା ।  ଓଡ଼ିଶାରୁ ଏହି ସମାରୋହରେ ଯୋଗଦେବା ପାଇଁ ଶିକ୍ଷାବିତ୍‍, ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ନୀତା ଅମ୍ବାନୀ ନିମନ୍ତ୍ରଣ କରିଥିଲେ ।

ନିମନ୍ତ୍ରଣ ରକ୍ଷା କରି ଗତକାଲି ଗଣେଶ ଚତୁର୍ଥୀ ଦିନ ଡକ୍ଟର ସାମନ୍ତ ମୁମ୍ବାଇ ସ୍ଥିତ ଅମ୍ବାନୀଙ୍କ ଘରେ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଯୋଗଦେବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।  ଏହି ଅବସରରେ ଅମ୍ବାନୀ ପରିବାରର ସମସ୍ତ ସଦସ୍ୟଙ୍କ ସହ ଡକ୍ଟର ସାମନ୍ତ ମିଶିଥିଲେ ।  ମୁକେଶ ଅମ୍ବାନୀ ଓ ଅନନ୍ତ ଅମ୍ବାନୀ ଡକ୍ଟର ସାମନ୍ତଙ୍କୁ ଦେଖି ଖୁସି ବ୍ୟକ୍ତ କରିବା ସହ ସର୍ବସମ୍ମୁଖରେ ଡକ୍ଟର ସାମନ୍ତଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।  ସମସ୍ତଙ୍କ ସହ ପରିଚୟ ମଧ୍ୟ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ଜଗତର ବହୁ ଚର୍ଚ୍ଚିତ ତାରକା ଓ ବିଶିଷ୍ଟ ବ୍ୟକ୍ତିତ୍ୱ ମଧ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *