ଆଜିଠୁ ଫାୟାର ସେଫ୍ଟି ସରପ୍ରାଇଜ୍ ଚେକ୍, ନିୟମ ଭାଙ୍ଗିଲେ ପଡ଼ିବ ମହଙ୍ଗା
ଭୁବନେଶ୍ବର: ସହରରେ ଅଗ୍ନିକାଣ୍ଡ ଅଘଟଣ ଏଡାଇବାକୁ ଆକ୍ସନ ପ୍ଲାନ୍ । ଆଜିଠୁ ସରପ୍ରାଇଜ ଚେକ୍ କରିବ ଅଗ୍ନିଶମ ଟିମ୍ । ସୁରକ୍ଷା ନିରାପତ୍ତା ନଥିଲେ ହେବ ଆକ୍ସନ । ଏନେଇ ମହଲତ ସମୟ ସୀମା ପରେ ସମସ୍ତ ସରକାରୀ ଓ ବେସରକାରୀ ଅଗ୍ନି ନିରାପତ୍ତା ନେଇ ରୁହନ୍ତୁ ସଜାଗ । କେଉଁ ମୁହୁର୍ତ୍ତରେ ବି କେଉଁଠି ପଶିପାରେ ଅଗ୍ନିଶମ ଟିମ୍ । ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଓ ସରଞ୍ଜାମ ନ ଲଗାଇଥିଲେ ପଡ଼ିବ ମହଙ୍ଗା । ସୁରକ୍ଷିତ ଓଡ଼ିଶା ଓ ବିକଶିତ ଓଡ଼ିଶା କାର୍ଯକ୍ରମ ଜରିଆରେ ସ୍ବତନ୍ତ୍ର ଡ୍ରାଇଭ୍ ଆଜିଠାରୁ ଆରମ୍ଭ । ଏନେଇ ଅଗ୍ନିଶମ ଟିମ୍ ର ବିଭିନ୍ନ ମଲ୍,ଅଫିସ ଓ ସିନେମା ହଲ ସମେତ ରେସିଡେନସିଆଲ ବିଲ୍ଡିଂରେ ମଧ୍ୟ କରିବେ ସରପ୍ରାଇଜ ଚେକ୍ ।
ଏନେଇ ଅଗ୍ନିଶମ ବିଭାଗ ପକ୍ଷରୁ ପୁର୍ବରୁ ଅବଗତ କରାଯାଇଛି । ଅଗ୍ନିକଣ୍ଡ ଘଟିବା ପରେ ଆକ୍ସନ୍ ନୁହେଁ, ବରଂ ଅଗ୍ନିକାଣ୍ଡକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ । ଫାୟାର ସେଫ୍ଟି ନିୟମର କଡ଼ାକଡ଼ି ଲାଗୁ ପାଇଁ ଆସନ୍ତା ୧୫ ସେପ୍ଟେମ୍ବରରୁ ସୁରକ୍ଷିତ ଓଡ଼ିଶା, ବିକଶିତ ଓଡ଼ିଶା ଅଭିଯାନ ଆରମ୍ଭ ହୋଇଛି । ମାସେ ବ୍ୟାପୀ ଚାଲିବ ଏହି ଅଭିଯାନ । ଫାୟାର ସେଫ୍ଟି ସାର୍ଟିଫିକେଟ୍ ଆବଶ୍ୟକ କରୁଥିବା ଅଟ୍ଟାଳିକାର ସର୍ଭେଠାରୁ ଆରମ୍ଭ କରି AI ଆଧାରିତ ଡାଟାବେସ୍, କଣ୍ଟ୍ରୋଲ୍ ରୁମ୍, ହ୍ୱାଟ୍ସଆପ୍ ନମ୍ବର ଓ ଲାଇସେନ୍ସ ପ୍ରକ୍ରିୟାରେ ହଇରାଣ ହେଲେ ଅଭିଯୋଗ ପାଇଁ ଟୋଲ୍ ଫ୍ରି ନମ୍ବର ଏଭଳି ଏକାଧିକ ପଦକ୍ଷେପ ନେଉଛି ଫାୟାର ବିଭାଗ ।
