ଆଜି ନନ୍ଦନକାନନରେ ପାଳିତ ହେଲା ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ

ବାରଙ୍ଗ: ଆଜି ବିଶ୍ୱ ବ୍ୟାଘ୍ର ଦିବସ । ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଯୋଗଦେଇଥିଲେ । ଅନ୍ୟ ଅତିଥି ଭାବେ ପିସିସିଏଫ, ନନ୍ଦନକାନନ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ବାଘ ମାନଙ୍କ ଖୁଆଡରେ ରହି ଯତ୍ନ ନେଉଥିବା ଜନ୍ତୁ ରକ୍ଷକମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି କୁଇଜ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଶପଥ ପାଠ ସହ ଦସ୍ତଖତ ଅଭିଯାନ କରାଯାଇଥିଲା।

ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଜୁଲାଇ ମାସ ୨୯ ତାରିଖରେ ବିଶ୍ୱ ବ୍ୟାଘ୍ର ଦିବସ ପାଳନ କରାଯାଏ । ବାଘ ମାନଙ୍କ ସଂରକ୍ଷଣ ଏବଂ ବଂଶ ବୃଦ୍ଧି ଓ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଉଛି । ନନ୍ଦନକାନନ ବାଘ ମାନଙ୍କ ପ୍ରଜନନରେ ଏକ ମାଇଲ ଖୁଣ୍ଟ ହାସିଲ କରିଛି । ଧଳା ବାଘ, ମହାବଳ ବାଘ ଏବଂ ମେଲାନିଷ୍ଟିକ ବା କଳା ଲୋମଯୁକ୍ତ ବାଘ ପାଇଁ ନନ୍ଦନକାନନ ବିଶ୍ୱରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି। ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୯ ରହିଛି । ୧୯ ଟି ସାଧାରଣ ରଙ୍ଗର ମହାବଳ ବାଘ, ୬ଟି ଧଳା ବାଘ ଏବଂ ୪ଟି ମେଲାନିଷ୍ଟିକ୍ ବାଘ ରହିଛନ୍ତି ।

ଆଜିର ଏହି ଦିବସରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପିସିସିଏଫ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା, ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର ନାରାୟଣ, ଉପ ନିର୍ଦ୍ଦେଶକ ମିରାସେ ପ୍ରଦୀପ ଦେବଦାସଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ରହିଥିଲେ। ବାଘ ମାନଙ୍କ ଖୁଆଡରେ ରହି ସେମାନଙ୍କ ଯତ୍ନ ନେଉଥିବା ଜନ୍ତୁ ରକ୍ଷକମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଆଖପାଖ ବିଦ୍ୟାଳୟରୁ ଆସିଥିବା କୁନିକୁନି ପିଲାଙ୍କୁ ନେଇ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସେମାନଙ୍କୁ ମଧ୍ଯ ପୁରସ୍କୃତ କରାଯାଇଥିଲା। ପରେ ଶପଥ ପାଠ ସହ ଦସ୍ତଖତ ଅଭିଯାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *