ଓଡ଼ିଶା ପୋଲିସ ପାଇଁ ଗର୍ବର ମୁହୂର୍ତ୍ତ, NSG କମାଣ୍ଡୋ ହେଲେ ଓଡ଼ିଶାର ୩ ମହିଳା କନେଷ୍ଟବଳ

ଭୁବନେଶ୍ୱର : ଓଡ଼ିଶା ପୋଲିସ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ। NSG କମାଣ୍ଡୋ ହେଲେ ଓଡ଼ିଶାର ୩ ମହିଳା କନେଷ୍ଟବଳ ।  ଅନିଷା ସିଂହ, ପିଙ୍କି ସାହୁ ଓ ରାମେଶ୍ରୀ ହାଲଦା NSG କମାଣ୍ଡୋ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କଠିନ ଚୟନ ପ୍ରକ୍ରିୟା ଓ ପ୍ରଶିକ୍ଷଣରେ ସଫଳତା ହାସଲ କରିଛନ୍ତି ଏହି ତିନି ମହିଳା।  ଦେଶର ସ୍ୱତନ୍ତ୍ର ସୁରକ୍ଷା ବାହିନୀ NSGରେ ସାମିଲ ହେବା ସେମାନଙ୍କ ଦକ୍ଷତା, ସାହସ ଓ ନିଷ୍ଠାର ପରିଚୟ ଦେଇଛି। ଏହି ସଫଳତା କେବଳ ତିନି ମହିଳାଙ୍କ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପୋଲିସ ବାହିନୀ ପାଇଁ ଗର୍ବର ବିଷୟ ।  ଏହା ରାଜ୍ୟର ଅନ୍ୟ ମହିଳା ପୋଲିସ କର୍ମଚାରୀଙ୍କୁ ମଧ୍ୟ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ।  ଏହି ଗୌରବମୟ ସଫଳତା ପାଇଁ ତିନି ମହିଳାଙ୍କୁ ଅଭିନନ୍ଦନ ଓ ସାଧୁବାଦ ଦେଇଛନ୍ତି ଡିଜିପି ବିନୟତୋଷ ମିଶ୍ର ।

Spread the love

Leave a Reply

Your email address will not be published. Required fields are marked *