ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଶା ରତ୍ନ ମହତାବ ସମ୍ମାନ 2026 ପ୍ରଦାନ
ଭୁବନେଶ୍ୱର : ଶିକ୍ଷାବିତ୍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଶା ରତ୍ନ ମହତାବ ସମ୍ମାନ 2026 ପ୍ରଦାନ କରାଯାଇଛି । ଆଧୁନିକ ଓଡ଼ିଶାର ନିର୍ମାତା ତଥା ‘ଉତ୍କଳ କେଶରୀ’ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୭ତମ ଜୟନ୍ତୀ ଅବସରରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶିକ୍ଷା ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଆଜି ସମଗ୍ର ଓଡ଼ିଶାରେ ଗଭୀର ଶ୍ରଦ୍ଧା ଓ ସମ୍ମାନର ସହ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୭ତମ ଜୟନ୍ତୀ ପାଳିତ ହେଉଛି । ଏହି ଉପଲକ୍ଷେ ଭୁବନେଶ୍ଵରରେ ଆୟୋଜିତ କାର୍ଯ୍ଯକ୍ରମରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ‘ଓଡ଼ିଶା ରତ୍ନ ମହତାବ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ମାନ ପ୍ରଦାନ କରାଯାଇଥିବାରୁ ଶ୍ରୀ ସାମନ୍ତ ଆୟୋଜକ ରାଜ୍ୟସ୍ତରୀୟ ଡ ହରେକୃଷ୍ଣ ମହତାବ ଜୟନ୍ତୀ କମିଟିକୁ ନିଜର କୃତଜ୍ଞତା ଜଣାଇଛନ୍ତି ।
