କଇଁଛ ବିକ୍ରି ବେଳେ ବନ ବିଭାଗର ଚଢ଼ାଉ, ୨୨ଟି କଇଁଛ ଜବତ

ଉମରକୋଟ  : କଇଁଛ ବିକ୍ରି କରୁଥିବା ସମୟରେ ବନ ବିଭାଗର ଚଢ଼ାଉ । ୨୨ଟି କଇଁଛ ଜବତ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବନଖଣ୍ଡ ନାୟକଗୁଡା ଅଞ୍ଚଳରେ କଇଁଛ ବିକ୍ରି ସମୟରେ ମାଡ଼ି ବସିଲା ବନ ବିଭାଗ । ଚଢ଼ାଉ ବେଳେ ବନ ବିଭାଗ ୨୨ଟି ଜୀବନ୍ତ କଇଁଛ ଜବତ କରିବା ସହ ଏକ ବାଇକ୍ ମଧ୍ୟ ଜବତ କରିଛି। ବନ ବିଭାଗକୁ ଦେଖି ଘଟଣାସ୍ଥଳରୁ ଚୋରା ଚାଲାଣକାରୀ ଫେରାର ହୋଇଯାଇଥିବା ସୂଚନା ମିଳିଛି।

ଉମରକୋଟ ବନ ବିଭାଗ କର୍ମଚାରୀମାନେ ନାୟକଗୁଡା ଠାରେ ଅଚାନକ ଚଢ଼ାଉ କରିଥିଲେ। ଜଣେ ବ୍ୟକ୍ତି ନାୟକଗୁଡାଠାରେ କଇଁଛ ବିକ୍ରି କରିବା ପାଇଁ ଆଣିଥିବା ବେଳେ ବନ ବିଭାଗ ସେଠାରେ ପହଞ୍ଚି ଯାଇଥିଲା। ବନ ବିଭାଗ କର୍ମଚାରୀଙ୍କୁ ଅଚାନକ ସମ୍ମୁଖରେ ଦେଖି ଚୋରା ଚାଲାଣକାରୀ ନିଜ ବାଇକ୍ ଛାଡ଼ି ଘଟଣାସ୍ଥଳରୁ ଖସି ଫେରାର ହୋଇ ଯାଇଥିଲା । ଜବତ ହୋଇଥିବା ଏହି କଇଁଛ ଗୁଡ଼ିକ କଳାହାଣ୍ଡି ଜିଲ୍ଲାରୁ ଚୋରା ଚାଲାଣ କରାଯାଇ ଆଣିଥିବା ଅନୁମାନ କରାଯାଉଛି। ଏହି କଇଁଛ ଚୋରା ଚାଲାଣ ପଛରେ ଆଉ କାହାର ହାତ ରହିଛି। ଏହି ରାକେଟରେ କିଏ କିଏ ସାମିଲ ଅଛନ୍ତି, ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *