ରଣପଡା ଅଞ୍ଚଳରେ ବ୍ଲାଙ୍କ ଫାୟାରିଙ୍ଗ, ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର୍
କେନ୍ଦ୍ରାପଡା : କେନ୍ଦ୍ରାପଡା ଟାଉନ୍ ଥାନା ଅନ୍ତର୍ଗତ ରଣପଡା ଅଞ୍ଚଳରେ ଆଜି ସନ୍ଧ୍ୟାରେ ବ୍ଲାଙ୍କ ଫାୟାରିଙ୍ଗ ହୋଇଥିବା ଜଣାପଡିଛି l ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଅପର ପକ୍ଷକୁ ଭୟଭିତ କରିବା ପାଇଁ ଏଭଳି ଫାୟାରିଙ୍ଗ ହୋଇଥିବା ସୂଚନା ମିଳିଛି l ତେବେ ବ୍ଲାଙ୍କ ଫାୟାରିଙ୍ଗ କରି ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି l ଖବର ପାଇ ଟାଉନ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରିବା ସହିତ ପାଟ୍ରୋଲିଂ ଆରମ୍ଭ କରିଛି l ଏ ନେଇ ଟାଉନ୍ ଥାନାରେ କୌଣସି ପକ୍ଷ ଅଭିଯୋଗ କରି ନାହାଁନ୍ତି l ଘଟଣା ସମ୍ପର୍କରେ ପୋଲିସ ର ପ୍ରତିକ୍ରିୟା ମିଳିପାରି ନାହିଁ l
