ଖଣ୍ଡା ଦେଖାଇ ୨୫ ଲକ୍ଷ ଲୁଟ୍, ରାତି ଅଧରେ ଘରେ ପଶି ବଡ଼ ଡକାୟତି
ଜୟପୁର : ଖଣ୍ଡା ଦେଖାଇ ୨୫ ଲକ୍ଷ ନେଇଗଲେ ଡକାୟତ। ଜୟପୁରରେ ବଡ଼ ଧରଣର ଲୁଟ୍। ରାତି ଅଧରେ ଘରେ ପଶି ବଡ଼ ଧରଣର ଡକାୟତି। ଜୟପୁର ସହର ଲିଙ୍ଗରାଜ ନଗର ଲେନ୍-୧୭ରେ ସଶସ୍ତ୍ର ଡକାୟତି। ଖଣ୍ଡା ଦେଖାଇ ୨୫ ଲକ୍ଷ ଟଙ୍କା ଓ ୪ ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟ୍ ଅଭିଯୋଗ । ରାତିରେ ଘରର କବାଟ ବାଡେଇଥିଲେ ଡକାୟତ। କବାଟ ଖୋଲିବା ପରେ ୫ଜଣ ଦୁର୍ବୃତ୍ତ ଘର ମାଲିକ ସତ୍ୟ ନାରାୟଣ ଦଳେଇଙ୍କୁ କାବୁ କରି ହାତ ଗୋଡ ବାନ୍ଧିଦେଇଥିଲେ।
ପରେ ଘରର ଅନ୍ୟ ସଦସ୍ୟଙ୍କୁ ଖଣ୍ଡା କାତି ଦେଖାଇ ଭୟଭୀତ କରି ଟଙ୍କା ଓ ସୁନା ଲୁଟିଥିଲେ। ୨୫ ଲକ୍ଷ ଟଙ୍କା ଓ ୪୦୦ ଗ୍ରାମରୁ ଅଧିକ ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହି ଡକାୟତ ଗ୍ୟାଙ୍ଗରେ ପ୍ରାୟ ୬ଜଣ ଥିବା କହିଛନ୍ତି ପରିବାର ଲୋକେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନବିନ କରୁଛି।
