ଘର ତାଲା ଭାଙ୍ଗି ୨୦ ଲକ୍ଷ ଟଙ୍କାର ସୁନା ଲୁଟ
ଉଦଳା : ୨୦ ଲକ୍ଷର ସୁନା ଲୁଟ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ପିଙ୍ଗୁ ଗାଁରେ ବଡ଼ ଲୁଟ। ଗାଁର ଶ୍ୟାମ ସୁନ୍ଦର ବେହେରା ବର୍ଷିକୀୟା କର୍ମରେ ଶ୍ୱଶୁର ଘରକୁ ଯାଇଥିଲେ। ଘରକୁ ଫେରିବା ପରେ ଘର ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ପରେ ଘର ଭିତର ସମସ୍ତ ରୁମରେ ତାଲା ଭଙ୍ଗା ଯାଇଥିବା ସହ ଆଲମିରାତାଡ଼ି ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ। ଲୁଟେରା ମାନେ ଘର ଭିତରେ ଥିବା ୩ଟି ଆଲମିରାକୁ ଶାବଳରେ ତାଡ଼ି ସେଥିରେ ଥିବା ୨୦ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ସୁନା ଅଳଙ୍କାର ସହ ନଗଦ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଖବର ପାଇ ସାଇଣ୍ଟିଫ ଟିମ ସହାତାରେ ତଦନ୍ତ ଆରମ୍ଭ କରିଛି ପୋଲିସ।
