ଡିଜି ଅଫିସ ଆଗରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ

କଟକ :  ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ।  ବିଜେପି ଶାସନରେ ସାଧାରଣ ଲୋକ ଆତଙ୍କିତ ଥିବା ବେଳେ ମହିଳାଙ୍କ ଉପରେ ନିର୍ଯାତନା ବଢିଥିବା ଅଭିଯୋଗ କରିଛି ବିଜେଡି ।  ବାଲିଅନ୍ତା ଓ ନୟାଗଡରେ ଯେଉଁ ଅମାନୁଷିକ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ ଓ ବିଚଳିତ କରିଛି ବୋଲି କହିଛି  ।  ବିଜେଡି ଆଜି କଟକରେ ଡିଜି ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ।   ମାତା ମଠରୁ ଏକ ବିରାଟ ଶୋଭାଯାତ୍ରାରେ ଶହ ଶହ ନେତା ଓ କର୍ମୀ ବାହାରି ମଣିସାହୁ ଛକ ହୋଇ ବକ୍ସିବଜାରସ୍ଥିତ ଡିଜି ଅଫିସରେ ପହଂଚିଥିଲେ ।  ପରେ ସେଠାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।   ଏହି ଅବସରରେ ଏକ ପ୍ରତିନିଧି ଦଳ ଡିଜିଙ୍କୁ ସ୍ମାରକପତ୍ର ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *