ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍

ଯାଜପୁର ଟାଉନ : ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ୍ ।  ଅଭିଯୁକ୍ତକୁ ୧୨ ବର୍ଷ ଜେଲ୍ କାରା ଦଣ୍ଡାଦେଶ ଶୁଣାଇଲେ ଯାଜପୁର ସ୍ବତନ୍ତ୍ର ପୋକସୋ କୋର୍ଟ ।  ଅଭିଯୁକ୍ତ ବ୍ୟାସନଗର ପୌରାଞ୍ଚଳ ସାପଗାଡ଼ିଆ ଗାଁର କିରଣ ମୁଖୀ  ।  ୨୦୨୫ ମସିହାରେ ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ ।  ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ ।  ଆଜି ଏହି ମାମଲାର ଶୁଣାଣି କରି ୧୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ପୋକସୋ କୋର୍ଟ ।

Spread the love

Leave a Reply

Your email address will not be published. Required fields are marked *