ନାବାଳିକା ଦୁଷ୍କର୍ମ ମାମଲାରେ ବଡ଼ ରାୟ, ଦୋଷୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
କଟକ: ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ । କଟକ ଆଡ୍ ହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ଫାଷ୍ଟ ଟ୍ରାକ୍ ସ୍ପେଶାଲ୍ କୋର୍ଟ-୨ ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଦେଇଛନ୍ତି । ଆଇପିସି ଦଫା ୩୭୬(୩) ଅନୁସାରେ ରେ ୨୦ ବର୍ଷ କଠୋର କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ହୋଇଛି। ଏଥିସହ ଅନ୍ୟ ଦଫାରେ ମଧ୍ୟ କାରାଦଣ୍ଡ ଓ ଜରିମାନା ହୋଇଛି । ସମସ୍ତ ଦଣ୍ଡାଦେଶ ଏକକାଳୀନ ଚାଲିବ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୧ ଏପ୍ରିଲ ୨ ତାରିଖରେ ପୁରୀଘାଟ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିଲା ।
୧୨ ବର୍ଷୀୟା ନାବାଳିକାଙ୍କୁ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ମାମଲାରେ ମୋଟ ୧୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଅଦାଲତ । କଟକ ପୁରିଘାଟ ଥାନା ଅଞ୍ଚଳର ଅଭିଯୁକ୍ତ ପ୍ରମୋଦ କୁମାର ଚୌଧୁରୀ ଓରଫ୍ ଟମିଙ୍କୁ IPCର ବିଭିନ୍ନ ଦଫା ସହ ପୋକ୍ସୋ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ମିହିର ଶେଖର ସାହୁ ଏହି ମକଦ୍ଦମା ପରିଚାଳନା କରୁଥିଲେ ।
