ନୂଆଦିଲ୍ଲୀରେ ଆଜି ଇଣ୍ଡି ମେଣ୍ଟର ବଡ଼ ବୈଠକ! ମହାଭିଯୋଗ ପ୍ରସ୍ତାବ ଉପରେ ଆଲୋଚନା
ଏସଆଇଆର ରଦ୍ଦ ଓ ମୁଖ୍ୟ ନିର୍ବାଚନ କମିସନରଙ୍କ ଇସ୍ତଫା ଦାବିରେ ଆଜି ଦିଲ୍ଲୀରେ ଇଣ୍ଡିଆ ବ୍ଲକର ଉଚ୍ଚସ୍ତରୀୟ ବୈଠକ । ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ହେବାକୁ ଥିବା ଏହି ବୈଠକରେ ସବୁ ବିରୋଧୀ ଏକାଠି ହୋଇ ଏସଆଇର ରଦ୍ଦ ଓ ସିଆଇସିଙ୍କ ଇସ୍ତଫା ଦାବିରେ ରଣ ହୁଙ୍କାର ଦେବ । ଏହା ଇଣ୍ଡିମେଣ୍ଟର ଅଷ୍ଟମ ବୈଠକ ହୋଇଥିବା ବେଳେ ଏଥିରେ ସ୍ପେଶାଲ ଇନଟେନସିଭ୍ ରିଭିଜନକୁ ନେଇ ନିର୍ବାଚନ ଆୟୋଗରେ ମତଭେଦକୁ ନେଇ ଚର୍ଚ୍ଚା ସହ ସିଆଇସି ଜ୍ଞାନେଶ କୁମାରଙ୍କ ଇସ୍ତଫାକୁ ନେଇ ରଣନୀତି ପ୍ରସ୍ତୁତ ହେବ। ମୁଖ୍ୟନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବା ଉପରେ ଇଣ୍ଡିଆ ବ୍ଲକ ବୈଠକରେ ଆଲୋଚନା ହେବ ବୋଲି ସୂଚନା ମିଳିଛି ।
ବୈଠକରେ କଂଗ୍ରେସ, ଟିଏମସି, ସପା, ରାଜେଡି, ନେସନାଲ କନଫରେନ୍ସ, ପିଡିପି, ସିପିଆଇଏମ, ଶିବସେନା ୟୁବିଟି, ଏନସିପି ଆଦି ଦଳର ନେତା ସାମିଲ ହେବେ ବୋଲି ଜଣାପଡ଼ିଛି । ବୈଠକରେ ଆପ ଓ ଡିଏମକେ ସାମିଲ ହେଉନଥିଲେ ମଧ୍ୟ ସିଆଇସି ଜ୍ଞାନେଶ କୁମାରଙ୍କୁ ହଟାଇବା ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ ସହମତ ଥିବା ସୂଚନା ମିଳିଛି । ଇଣ୍ଡିଆ ବ୍ଲକର ଉଚ୍ଚସ୍ତରୀୟ ବୈଠକ ଯଦିଓ ସିଆଇସିଙ୍କ ଇସ୍ତଫା ଓ ଏସଆଇର ରଦ୍ଦ ପ୍ରସଙ୍ଗରେ ସରକାରଙ୍କୁ ଘେରିବା । ହେଲେ ପରଦା ପଛର ଅସଲ ଲଢ଼େଇ ହେବ ଇଣ୍ଡିମେଣ୍ଟର ଷ୍ଟେୟରିଂ ସିଟରେ କିଏ ବସିବ । ଏନେଇ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି ।
(ଆଜି ଏକାଠି ହେବେ ଇଣ୍ଡିମେଣ୍ଟ)– ଲୋୟର ବିଜି
ନୂଆଦିଲ୍ଲୀରେ ଆଜି ଇଣ୍ଡିମେଣ୍ଟର ଉଚ୍ଚସ୍ତରୀୟ ବୈଠକ
କଂଗ୍ରେସ, ଆରଜେଡି, ସପା, ଏନସି, ଏନସିପି ହେବେ ସାମିଲ
ଯୋଗ ଦେବେ ଟିଏମସି, ପିଡିପି, ବାମ ଦଳର ନେତା
ବୈଠକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଓ ସୋନିଆ ଗାନ୍ଧୀ ଉପସ୍ଥିତ ରହିବେ
ଯୋଗ ଦେବେ ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଟିଏମସିର ସାଧାରଣ ସଂପାଦକ ଅଭିଷେକ ବାନାର୍ଜୀ
ରାଜେଡି ନେତା ତେଜସ୍ୱୀ ଯାଦବ, ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସାମିଲ ହେବେ
ପିଡିପି ମୁଖ୍ୟ ମେହେବୁବା ମୁଫତି, ସିପିଆଇଏମ ମହାସଚିବ ଏମଏମ ବେବି ସାମିଲ ସମ୍ଭାବନା
ବୈଠକକୁ ଆସିବେନି ସପା ନେତା ଅଖିଳେଶ ଯାଦବ, ଦଳର ବରିଷ୍ଠ ଯୋଗ ଦେବେ
ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେ ଭର୍ଚୁଆଲ ଜରିଆରେ ବୈଠକରେ ସାମିଲ ହେବେ
ଏନସିପି ନେତା ଶରଦ ଯାଦବ ବୈଠକକୁ ଆସିବେ ନା ନାହିଁ ତାହା ସ୍ପଷ୍ଟ ହୋଇପାରିନି
ଇଣ୍ଡିମେଣ୍ଟ ବୈଠକକୁ ଆସିବେନି ଆପ ଓ ଡିଏମକେ
ସିଆଇସିଙ୍କ ଇସ୍ତଫା ପ୍ରସ୍ତାବରେ ସ୍ୱାକ୍ଷର କରିବାକୁ ସହମତ ସୂଚନା
