ପୁରୀର ଏକ ହୋଟେଲରେ ଆମିଷ ସହ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ, ତଦନ୍ତ ଆରମ୍ଭ କଲା କୁମ୍ଭାରପଡ଼ା ଥାନା ପୋଲିସ
ପୁରୀ : ଆମିଷ ହୋଟେଲରେ ବିକ୍ରି ହେଉଥିଲା ମହାପ୍ରସାଦ । ପୁରୀ ରେଡ଼କ୍ରସ୍ ରୋଡ଼ରେ ଥିବା ଏକ ହୋଟେଲରେ ଆମିଷ ସହ ମହାପ୍ରସାଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ହୋଟେଲ ଭିତରେ ମାତ୍ରାଧିକ ଅବଢ଼ା କୁଡୁଆ ଥିବା ଦେଖିବାକୁ ମିଳିଛି । ଖବରପାଇ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହୋଟେଲକୁ ପାର୍ସଲ ନେବାକୁ ଆସିଥିବା ଦୁଇ ଯୁବକ ଆମିଷ ଖାଦ୍ୟରେ ମହାପ୍ରସାଦ ମିଶ୍ରଣ କରି ବିକ୍ରି କରୁଥିବା ଅଭିଯୋଗ ଆଣିଥିଲେ । ସେପଟେ ହୋଟେଲ ମାଲିକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । କୁମ୍ଭାରପଡ଼ା ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।
