ପୃଥ୍ୱୀ ଶ’ଙ୍କୁ ମିଳିଲା ମହାରାଷ୍ଟ୍ର ଦଳର ଦାୟିତ୍ବ, ରଣଜୀ ଟ୍ରଫିରେ ସମ୍ଭାଳିବେ ଟିମ୍
ଆଗାମୀ ରଣଜୀ ଟ୍ରଫି ୨୦୨୬-୨୭ର ପ୍ରଥମ ମ୍ୟାଚ୍ ପାଇଁ ୨୬ ବର୍ଷୀୟ ବ୍ୟାଟର ପୃଥ୍ୱୀ ଶ’ ଙ୍କୁ ମହାରାଷ୍ଟ୍ର ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି । ମହାରାଷ୍ଟ୍ର ଦଳ ସର୍ଭିସେସ୍ ବିରୋଧରେ ଅଭିଯାନ ଆରମ୍ଭ କରିବ । ବ୍ୟକ୍ତିଗତ ଜୀବନ ବିବାଦ ମଧ୍ୟରେ ୨୬ ବର୍ଷୀୟ ପୃଥ୍ୱୀ ଶ’ଙ୍କ କ୍ୟାରିୟରରେ ଘରୋଇ କ୍ରିକେଟରେ ମହାରାଷ୍ଟ୍ର ପକ୍ଷରୁ ଖେଳୁଥିବା ପୃଥ୍ୱୀଙ୍କୁ ଆଗାମୀ ରଣଜୀ ଟ୍ରଫିର ପ୍ରଥମ ମ୍ୟାଚ୍ ପାଇଁ ମହାରାଷ୍ଟ୍ର ସିନିୟର ପୁରୁଷ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।
ଦିଲ୍ଲୀର ପାଲାମ-ଏ ଷ୍ଟାଡିୟମରେ ମହାରାଷ୍ଟ୍ର ଦଳ ସର୍ଭିସେସ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଗୋଟିଏ ମ୍ୟାଚରେ ପୃଥ୍ୱୀ ଶ ମହାରାଷ୍ଟ୍ର ଦଳର ଦାୟିତ୍ୱ ନେବେ । ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକୱାଡ ଏହି ପ୍ରଥମ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ । ଅଷ୍ଟ୍ରେଲିଆ ଏ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଅନଅଫିସିଆଲ ଦିନିକିଆ ସିରିଜ୍ ପାଇଁ ଋତୁରାଜଙ୍କୁ ଭାରତ ଏ ଦଳର ଅଧିନାୟକ କରାଯାଇଛି । ଅକ୍ଟୋବର ୬, ୯ ଓ ୧୧ ତାରିଖରେ ପୁଡୁଚେରୀରେ ଏହି ସିରିଜ୍ ଖେଳାଯିବ ।
ସେହିପରି ଅକ୍ଟୋବର ୧୧ରେ ହେବାକୁ ଥିବା ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡରେ ଗାଏକୱାଡ ଅଂଶଗ୍ରହଣ କରିପାରିବେ ନାହିଁ । ଯୁବ ଅଲରାଉଣ୍ଡର ଅର୍ସିନ କୁଲକର୍ଣ୍ଣୀ ମଧ୍ୟ ଭାରତ ଏ ଦଳର ସଦସ୍ୟ ହୋଇଥିବାରୁ ସର୍ଭିସେସ୍ ବିପକ୍ଷ ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । ଯେଉଁଥିପାଇଁ ପୃଥ୍ୱୀ ଶ’ଙ୍କୁ ଏହି ବଡ଼ ସୁଯୋଗ ମିଳିଛି ।
ମହାରାଷ୍ଟ୍ର ଟିମ୍: ପୃଥ୍ୱୀ ଶ (ଅଧିନାୟକ), ସଚିନ୍ ଦାସ, ବୈଭବ ଦରକୁଣ୍ଡେ, ଦିଗବିଜୟ ପାଟିଲ, ଅଙ୍ଗିତ ବାୱନେ, ହର୍ଷଲ କେଟ୍, ସିଦ୍ଧେଶ ବୀର, ସୌରଭ ନାଭାଲେ (ୱିକେଟକିପର), ଭିକି ଓଷ୍ଟୱାଲ, ରାଜବର୍ଦ୍ଧନ ହଙ୍ଗଲଗେକର, ମୁକେଶ ଚୌଧୁରୀ, ପ୍ରଦୀପ ଦାଧେ, ତନୟ ସାଙ୍ଗଭି, ହିତେଶ ୱାଲୁଞ୍ଜ, ହୃଷିକେଶ ସୋନାୱାନେ, ଅର୍ଥବ ଧର୍ମାଧିକାରୀ ।
